
କାଠମାଣ୍ଡୁ, ୧୯ ଜୁଲାଇ (ହି.ସ.)- ନେପାଳର ବନ୍ୟା ପୂର୍ବାନୁମାନ ବିଭାଗ ରବିବାର ଦିନ ଦେଶର ବିଭିନ୍ନ ଭାଗରେ ବନ୍ୟା ହେବାର ଚେତାବନୀ ଦେଇ ସମ୍ବେଦନଶୀଳ ଅଂଚଳରେ ରହୁଥିବା ଲୋକଙ୍କୁ ସତର୍କ ସୂଚନା ଜାରି କରିଛି ।
ଡିଭିଜନ ଅନୁଯାୟୀ, କାଠମାଣ୍ଡୁ, ଭକ୍ତପୁର ଏବଂ ଲଳିତପୁର ସମେତ ୩୫ଟି ଜିଲ୍ଲା ବନ୍ୟା ବିପଦରେ ରହିଛି । ଏହି ଅଂଚଳଗୁଡିକରେ ନଦୀଗୁଡ଼ିକର ଜଳସ୍ତର ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆଜି ଜାରି କରାଯାଇଥିବା ସୂଚନାରେ କୁହାଯାଇଛି ଯେ ଝାପା, ମୋରଙ୍ଗ, ସୁନସାରୀ, ଇଲାମ, ପାଁଚଥର, ତେହରାଥୁମ, ଦୋଲଖା, ସିନ୍ଧୁପାଲଚୋକ୍, କାଭ୍ରେ ପଲାଚୌକ, କାଠମାଣ୍ଡୁ, ଭକ୍ତପୁର, ଲଳିତପୁର, ଧାଦିଣ୍ଡ, ମକୱାନପୁର ଏବଂ ଚିତୱାନ ଜିଲ୍ଲାରେ ଛୋଟ ନଦୀଗୁଡ଼ିକର ଜଳ ପ୍ରବାହ ଯଥେଷ୍ଟ ବୃଦ୍ଧି ପାଇପାରେ ।
ସେହିଭଳି, କାସ୍କି, ତନହୁଁ, ସ୍ୟାଣ୍ଡଜା, ପର୍ବତ, ବାଗଲୁଣ୍ଡ, ଗୁଲମି, ପାଲପା, ଅର୍ଧାଖାଂଚି, ପୁଥାନ, ନୱଲପରାସୀ (ପୂର୍ବ), ନୱଲପରାସୀ (ପଶ୍ଚିମ), ରୂପନଦେହୀ, କପିଲବାସ୍ତୁ, ଦାଣ୍ଡ, ବାଂକେ, ବର୍ଦିଆ, ଡୋଟି, ଡଡେଲଧୁରା, କୈଳାଲି ଏବଂ କାଂଚନପୁର ଜିଲ୍ଲାର ନଦୀ ଗୁଡିକରେ ମଧ୍ୟ ଜଳସ୍ତର ବୃଦ୍ଧି ହେବାର ଆଶଙ୍କା ରହିଛି । ଡିଭିଜନ ଏହି ଜିଲ୍ଲାଗୁଡ଼ିକରେ ଆକସ୍ମିକ ବନ୍ୟା ଆଶଙ୍କା ବିଷୟରେ ଚେତାବନୀ ଦେଇଛି ଏବଂ ନଦୀ କୂଳରେ ତଥା ଅନ୍ୟାନ୍ୟ ବିପଦପୂର୍ଣ୍ଣ ଅଂଚଳରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ଏବଂ ସତର୍କ ରହିବାକୁ ନିବେଦନ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ