ଉତର-ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ଉପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଚିନ୍ତା ପ୍ରକାଶ
ନୂଆଦିଲ୍ଲୀ, ୨ ଜୁଲାଇ (ହି.ସ.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡର୍ଗେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ଏବଂ ସିକିମରେ ହୋଇଥିବା ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ଅନେକ ଜୀବନ ନେଇଛି ଏବଂ ହଜାର ହଜାର ପରିବାରକୁ ନଷ୍ଟ କର
ଉତର-ପୂର୍ବ ରାଜ୍ୟଗୁଡ଼ିକରେ ବନ୍ୟା ଉପରେ କଂଗ୍ରେସ ଅଧ୍ୟକ୍ଷଙ୍କ ଚିନ୍ତା ପ୍ରକାଶ


ନୂଆଦିଲ୍ଲୀ, ୨ ଜୁଲାଇ (ହି.ସ.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡର୍ଗେ ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ ଏବଂ ସିକିମରେ ହୋଇଥିବା ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ବିପର୍ଯ୍ୟୟ ଅନେକ ଜୀବନ ନେଇଛି ଏବଂ ହଜାର ହଜାର ପରିବାରକୁ ନଷ୍ଟ କରିଛି। ଖାଡର୍ଗେ ପ୍ରଭାବିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଦଳ ପ୍ରତ୍ୟେକ ପୀଡିତଙ୍କ ସହିତ ଠିଆ ହୋଇଛି।

ଖାଡର୍ଗେ ଟ୍ୱିଟରରେ ଲେଖିଛନ୍ତି ଯେ ଏନଡିଏ ସରକାରମାନଙ୍କ ଦ୍ୱାରା ଦିଆଯାଇଥିବା ପ୍ରତିଶ୍ରୁତି ଏବଂ ୨୦୧୬ ଭିଜନ ଡକ୍ୟୁମେଂଟରେ ଆସାମକୁ ବନ୍ୟାମୁକ୍ତ କରିବାର ପ୍ରତିଶ୍ରୁତିକୁ ଏଡାଇ ଦିଆଯାଇଛି। ସେ ଅଭିଯୋଗ କରିଛନ୍ତି ଯେ ବନ୍ୟା ଏବେ ଏକ ନିୟମିତ ବାର୍ଷିକ ଦୁଃଖଦ ଘଟଣା ପାଲଟିଛି, କିନ୍ତୁ ସରକାରଙ୍କ ପ୍ରସ୍ତୁତି ଏବଂ ଦୀର୍ଘକାଳୀନ ସମାଧାନ ପାଇଁ ପ୍ରୟାସ ଅତ୍ୟନ୍ତ ଅପର୍ଯ୍ୟାପ୍ତ। ସେ ଦାବି କରିଛନ୍ତି ଯେ ପ୍ରଭାବିତ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ କ୍ଷତିପୂରଣ, ବ୍ୟାପକ ପୁନର୍ବାସ ଏବଂ ସ୍ଥାୟୀ ସହାୟତା ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କୋୟାରସ୍ ପାଣ୍ଠିକୁ ତୁରନ୍ତ ବ୍ୟବହାର କରାଯାଉ।

ସେ କହିଛନ୍ତି ଯେ ଦେଶ ଏହାର ସଶସ୍ତ୍ର ବାହିନୀ, ଏନଡିଆରଏଫ ଏବଂ ଏସଡିଆରଏଫ ଦଳଗୁଡ଼ିକ ଉପରେ ଗର୍ବିତ, ଯେଉଁମାନେ ନିରନ୍ତର ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତଥାପି, ଏହି ମାନବିକ ସଙ୍କଟର ପରିମାଣକୁ ଦୃଷ୍ଟିରେ ରଖି, ସରକାରଙ୍କୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା, କ୍ଷତିଗ୍ରସ୍ତ ଭିତିଭୂମି ପୁନଃନିର୍ମାଣ କରିବା ଏବଂ କୌଣସି ପ୍ରଭାବିତ ପରିବାର ଯେପରି ପଛରେ ନ ରହନ୍ତି ତାହା ନିଶ୍ଚିତ କରିବା ପାଇଁ ଅଧିକ ସମ୍ବଳ, ଆର୍ôଥକ ସହାୟତା ଏବଂ ଅତିରିକ୍ତ କର୍ମଚାରୀ ନିୟୋଜିତ କରିବାକୁ ପଡିବ। ଖାଡଗେ ବନ୍ୟା ପ୍ରଭାବିତ ଅଂଚଳରେ ପୀଡିତମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କଂଗ୍ରେସ ନେତା ଏବଂ କର୍ମୀମାନଙ୍କୁ ମଧ୍ୟ ନିବେଦନ କରିଛନ୍ତି।

-------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande