ଆଗାମୀ ଦୁଇରୁ ତିନି ଦିନ ପାଇଁ ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହାଲୁକା ବର୍ଷା ଆଶା
ନୂଆଦିଲ୍ଲୀ, ୪ ଜୁଲାଇ (ହିସ)- ଶନିବାର ଦିଲ୍ଲୀ-ଏନସିଆରର କିଛି ଅଂଚଳରେ ମୌସୁମୀ ବର୍ଷା ସୁଖଦ ପାଗ ଆଣିଛି ଏବଂ ବାସିନ୍ଦାମାନଙ୍କୁ ଆର୍ଦ୍ର ଗରମରୁ କିଛି ଆଶ୍ୱସ୍ତି ଦେଇଛି। ଦିଲ୍ଲୀ-ଏନସିଆର, ଦେଶର ଅନ୍ୟାନ୍ୟ ଅଂଶରେ ଆଗାମୀ ଦୁଇରୁ ତିନି ଦିନ ପାଇଁ ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ଆଶା କରାଯା
ଆଗାମୀ ଦୁଇରୁ ତିନି ଦିନ ପାଇଁ ଦିଲ୍ଲୀ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ହାଲୁକା ବର୍ଷା ଆଶା


ନୂଆଦିଲ୍ଲୀ, ୪ ଜୁଲାଇ (ହିସ)- ଶନିବାର ଦିଲ୍ଲୀ-ଏନସିଆରର କିଛି ଅଂଚଳରେ ମୌସୁମୀ ବର୍ଷା ସୁଖଦ ପାଗ ଆଣିଛି ଏବଂ ବାସିନ୍ଦାମାନଙ୍କୁ ଆର୍ଦ୍ର ଗରମରୁ କିଛି ଆଶ୍ୱସ୍ତି ଦେଇଛି। ଦିଲ୍ଲୀ-ଏନସିଆର, ଦେଶର ଅନ୍ୟାନ୍ୟ ଅଂଶରେ ଆଗାମୀ ଦୁଇରୁ ତିନି ଦିନ ପାଇଁ ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ଆଶା କରାଯାଉଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ରବିବାର ଏବଂ ସୋମବାର ଦିଲ୍ଲୀ-ଏନସିଆରରେ ପ୍ରବଳ ପବନ ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି, ଯାହା ସାଧାରଣତଃ ସୁଖଦ ପାଗ ବଜାୟ ରଖିବ। ଏହି ଦିନଗୁଡ଼ିକରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ରହିବ ବୋଲି ଆଶା କରାଯାଉଛି।

ଆଇଡିଏମଡି ଅନୁଯାୟୀ, ଉତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଚିହ୍ନିତ ନିମ୍ନ ଚାପ କ୍ଷେତ୍ର ରହିଛି। ଏହି ପ୍ରଭାବ ଯୋଗୁଁ, ଆଗାମୀ ୪-୫ ଦିନ ପର୍ଯ୍ୟନ୍ତ ଦେଶର କେନ୍ଦ୍ରୀୟ ଅଂଶରେ ମୌସୁମୀ ସକ୍ରିୟ ରହିବ ବୋଲି ଆଶା କରାଯାଉଛି। ଆସନ୍ତା ୩ ଦିନ ମଧ୍ୟରେ କୋଙ୍କଣ ଏବଂ ଗୁଜୁରାଟ ଅଂଚଳରେ, ଆଗାମୀ ୨ ଦିନ ମଧ୍ୟରେ ମହାରାଷ୍ଟ୍ରରେ ଏବଂ ଆଗାମୀ ୨୪ ଘଂଟା ମଧ୍ୟରେ ସୌରାଷ୍ଟ୍ର ଏବଂ ଓଡ଼ିଶାର ବିଚ୍ଛିନ୍ନ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଆଗାମୀ ୪ ଦିନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ଉତର ଆରବ ସାଗରର ଅବଶିଷ୍ଟ ଅଂଶ, ଗୁଜରାଟ, ହରିୟାଣା ଏବଂ ପଞ୍ଜାବକୁ ଅଗ୍ରସର ହେବା ପାଇଁ ଅନୁକୂଳ ପରିସ୍ଥିତି ରହିଛି।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande