

ମାଲକାନଗିରି, ୨୦ ଜୁଲାଇ (ହି.ସ.)- କାଲିମେଳା ପୋଲିସ ଦ୍ୱାରା ଆଜି କାଲିମେଳାରୁ ଜଣେ ଅଜଣା ପାଗଳ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି। ପ୍ରଥମେ ତାଙ୍କୁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ପାଖରେ କୌଣସି ସମ୍ପର୍କୀୟ ନଥିବାରୁ ଉପଯୁକ୍ତ ପରାମର୍ଶ ପରେ ଖାଦ୍ୟ ଏବଂ ପୋଷାକ ଓ ଟଙ୍କା ଯୋଗାଇ ଦିଆଯାଇଥିଲା। ତାଙ୍କ ପୁନର୍ବାସ ପାଇଁ ପୋଲିସ କର୍ମଚାରୀ ଏବଂ ଗାଡ଼ି ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମାଲକାନଗିରିକୁ ପଠାଯାଇଥିଲା। କିନ୍ତୁ ସେଠାରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଓ ଡାକ୍ତରଙ୍କ ପରାମର୍ଶ ପରେ ଏବେ ତାଙ୍କୁ ପୁନର୍ବାସ ଏବଂ ଚିକିତ୍ସା ପାଇଁ ପୋଲିସ କର୍ମଚାରୀଙ୍କ ସହ କୋରାପୁଟ ପଠାଯାଇଥିବା କାଲିମେଳା ଥାନା ଅଧିକାରୀ ପ୍ରଭୁଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ