ବିବାଦୀୟ ସରକାରୀ ଜାଗାରେ ଶିକ୍ଷାନୁଷ୍ଠାନ ଲାଗି ଅନୁମତି ଦେଇ ପିଲାଙ୍କ ସହ ଖେଳ ଖେଳୁଛି ରାଉରକେଲା ବିଇଓ ଅଫିସ
ରାଉରକେଲା, ୨୧ ଜୁଲାଇ (ହି.ସ.)- ରାଉରକେଲା ବ୍ଲକ ଏଜୁକେସନ ଅଫିସ ବିବାଦୀୟ ସରକାରୀ ଜାଗାରେ ଶିକ୍ଷାନୁଷ୍ଠାନ ଚାଲିବା ଲାଗି ଅନୁମତି ଦେଇ ସ୍କୁଲମାଲିକ ଶିକ୍ଷା ବିଭାଗ ବାବୁ ମାନଙ୍କୁ ମାଲେ ମାଲ କରାଯାଉଥିବା ବେଳେ ଅନେକ ସରକାରୀ ଜାଗା ଦଖଲ ହୋଇଯାଉଛି ଓ ଅନେକ ଅପରାଧିକ ମାମଲା ଥାନାକୁ ଯାଇ ଥାନା ବାଲା
ବିବାଦୀୟ ସରକାରୀ ଜାଗାରେ ଶିକ୍ଷାନୁଷ୍ଠାନ ଲାଗି ଅନୁମତି ଦେଇ ପିଲାଙ୍କ ସହ ଖେଳ ଖେଳୁଛି ରାଉରକେଲା ବିଇଓ ଅଫିସ


ରାଉରକେଲା, ୨୧ ଜୁଲାଇ (ହି.ସ.)-

ରାଉରକେଲା ବ୍ଲକ ଏଜୁକେସନ ଅଫିସ ବିବାଦୀୟ ସରକାରୀ ଜାଗାରେ ଶିକ୍ଷାନୁଷ୍ଠାନ ଚାଲିବା ଲାଗି ଅନୁମତି ଦେଇ ସ୍କୁଲମାଲିକ ଶିକ୍ଷା ବିଭାଗ ବାବୁ ମାନଙ୍କୁ ମାଲେ ମାଲ କରାଯାଉଥିବା ବେଳେ ଅନେକ ସରକାରୀ ଜାଗା ଦଖଲ ହୋଇଯାଉଛି ଓ ଅନେକ ଅପରାଧିକ ମାମଲା ଥାନାକୁ ଯାଇ ଥାନା ବାଲାଙ୍କୁ ସମସ୍ୟାରେ ପକାଉଛି, ପିଲା ମାନଙ୍କ ଜୀବନ ମଧ୍ୟ ନଷ୍ଟ ହେଉଛି l ଏହିଭଳି ଏକ ଘଟଣା ଜୁନ ମାସରୁ ରାଉରକେଲା ଛେଣ୍ଡ ଥାନା ଅଂଚଳରେ ଘଟି ସ୍କୁଲ ର ଶହ ଶହ ଆଦିବାସୀ ପିଲାଙ୍କ ଜୀବନକୁ ସମସ୍ୟା ଭିତରକୁ ଆଣିଥିବା ବେଳେ ଘାଣ୍ଟି ହେଉଛି ଛେଣ୍ଡ ପୁଲିସ, ନିରବ ହୋଇ ବସିଛି ରାଉରକେଲା ଶିକ୍ଷା ବିଭାଗ ଅଫିସ l

ଖବରରୁ ପ୍ରକାଶ ଯେ, ରାଉରକେଲା ସହରରେ ଥିବା ପ୍ରାୟ ୪୦ ଭାଗ ଶିକ୍ଷାନୁଷ୍ଠାନ ସରକାରୀ ଜାଗା ଜବରଦଖଲରେ ଚାଲିଛି l ଏହିଭଳି ଏକ ସ୍କୁଲ ଛେଣ୍ଡ ର ସାଇ ଶିଶୁ ମନ୍ଦିର, ଏହାକୁ ଜଣେ ମହିଳା ଚଳାଉଛନ୍ତି, ହେଲେ ସେହି ମୂଲ୍ୟବାନ ସରକାରୀ ଜାଗା ଉପରେ ଆଉ କିଛି ଲୋକଙ୍କର ନଜର ପଡିଯିବାରୁ ସେମାନେ ସେ ସ୍କୁଲ ର ତାଲା ବାରମ୍ବାର ଭାଙ୍ଗି ନିଜ ତାଲା ପକାଉଛନ୍ତି l ଜୁନ ୫ ରେ ଏହିଭଳି ନାଟକ ହେବାପରେ କଥା ଥାନାକୁ ଗଲା ହେଲେ ମାମଲା ହେଲା ନାହିଁ, ପୁଣି ଗତକାଲି ରାତିରେ ସେହି ସ୍କୁଲରେ ତାଲା ପକାଯାଇଛି ଫଳରେ ଶହ ଶହ ପିଲା ପାଠ ପଢ଼ିବାରୁ ବଞ୍ଚିତ ହୋଇଛନ୍ତି l ରାଉରକେଲା ଶିକ୍ଷା ବିଭାଗ ବିଦ୍ୟାଳୟଟିକୁ ଲକ୍ଷ ଲକ୍ଷ ଲାଞ୍ଚ ନେଇ ଅନୁମତି ଦେଇଥିବାରୁ ସେମାନେ ମଧ୍ୟ ନିରବ, ଥାନା ଵାଲା ବି ନିରବ, ଫଳରେ ଖୁବ ଶୀଘ୍ର ଏହିଯାଗା ଲାଗି ନିଶ୍ଚିତ ରକ୍ତପାତର ସ୍ଥିତି ସୃଷ୍ଟି ହେବାକୁ ଯାଉଥିବା ବେଳେ ପିଲାଙ୍କ ଜୀବନ ଅନ୍ଧକାର ହେବାକୁ ଯାଉଛି l ମାନ୍ୟବର ଶିକ୍ଷା ମନ୍ତ୍ରୀଙ୍କୁ ନେଇ ନିକଟରେ ଅନେକ ଚର୍ଚ୍ଚା, ମନ୍ତ୍ରୀ ଟିକେ ବୁଝିବେକି ରାଉରକେଲା ସମେତ ଜିଲ୍ଲାର ବେସରକାରୀ ବିଦ୍ୟାଳୟ ଗୁଡିକ ଭିତରୁ କେତେ ବିଦ୍ୟାଳୟର ନିଜ ଜାଗା ରହିଛି, କେତେ ସରକାରୀ ଜାଗାରେ ଚାଲିଛି ଓ କେତେ ଶିକ୍ଷାନୁଷ୍ଠାନ ନାମରେ ଦାଖଲ ହୋଇଛି l ଅନେକ ସରକାରୀ ସ୍କୁଲ ଥାଇ ମଧ୍ୟ ଘରୋଇ ସ୍କୁଲଗୁଡିକୁ ଆଜିଯାଏ କିଏ ଘଣ୍ଟ ଘୋଡାଇ ରଖିଛି l

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande