ଡଙ୍ଗରୀଗୁଡା ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 21 ଜୁଲାଇ (ହି.ସ.) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଡଙ୍ଗରୀଗୁଡା ସ୍ମାର୍ଟ ପାର୍କର ଚାଲୁଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ସ୍ଥଳକୁ ପୁନର୍ବାର ଯାଇ ସମଗ୍ର ପ୍ରକଳ୍ପକୁ ପରିଦର୍ଶନ କରିଥିବା ସହିତ କାର୍ଯ୍ୟର ଗତି ଓ ଗୁଣଗତା ନେଇ ଅଧିକାରୀମାନଙ
ଡଙ୍ଗରୀଗୁଡା ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 21 ଜୁଲାଇ (ହି.ସ.) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଡଙ୍ଗରୀଗୁଡା ସ୍ମାର୍ଟ ପାର୍କର ଚାଲୁଥିବା ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସେ ସ୍ଥଳକୁ ପୁନର୍ବାର ଯାଇ ସମଗ୍ର ପ୍ରକଳ୍ପକୁ ପରିଦର୍ଶନ କରିଥିବା ସହିତ କାର୍ଯ୍ୟର ଗତି ଓ ଗୁଣଗତା ନେଇ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହି ସମୟରେ ବିଧାୟକ ଗୌରୀ ଶଙ୍କର ମାଝୀ, ବିଧାୟକ ନରସିଂହ ଭତ୍ରା, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାହୁ ସହିତ ଅନ୍ୟାନ୍ୟ ସ୍ଥାନୀୟ ପ୍ରତିନିଧି ଓ ସମର୍ଥକମାନେ ଉପସ୍ଥିତ ଥିଲେ।

ମନ୍ତ୍ରୀ କହିଥିଲେ ଯେ, ଡଙ୍ଗରୀଗୁଡା ସ୍ମାର୍ଟ ପାର୍କ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି ଏବଂ ଏହା ସମାପ୍ତ ହେଲେ ଉମରକୋଟ ଅଞ୍ଚଳରେ ପର୍ଯ୍ୟଟନକୁ ବଡ଼ ଉତ୍ସାହ ମିଳିବ। ସେ ଆହୁରି କହିଥିଲେ ଯେ, ଏହି ପାର୍କ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହିତ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବାରେ ମୂଳ ଭୂମିକା ନିଭାଇବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande