
ଜୟପୁର, ୨୧ ଜୁଲାଇ(ହି.ସ.) – ଯୈାତୁକ ନିଷେଧ ଆଇନ ଘରୋଇ ହିଂସା ଆଇନ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ଫୈାଜଦାରୀ ଆଇନ ସମ୍ପର୍କିତ ସଚେତନତା ଶିବିର ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଜୟପୁର ଆନୁକୂଲ୍ୟରେ ଆଜି ଓଡ଼ିଶା ମାଇଂଙ୍ଗିନ୍ସ ଆଦର୍ଶ ବିଦ୍ୟାଳୟ ଫୁଲବେଡ଼ା, ଜୟପୁର ଠାରେ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସଚିବ ତଥା ବିଚାର ପତି ଶ୍ରୀମତୀ ପ୍ରଦ୍ୟେମୟୀ ସୁଜତା ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଚିଫ ଲିଗାଲ ଡିଫେନ୍ସ କାଉନସେଲ ଶ୍ରୀ ପ୍ରମୋଦ ଦାସ, ଡେପୁଟି ଲିଗାଲ ଡିଫେନ୍ସ କାଉନସେଲ ଶ୍ରୀ କେ. ଦିବାକର ରାଓ, ଆସିଷ୍ଟାଣ୍ଟ ଲିଗାଲ ଡିଫେନ୍ସ କାଉନସେଲ ଶୁଶ୍ରୀ ରଚନା ରାଉଳ ଏବଂ ଓଡିଶା ମାଇଂଙ୍ଗି ଆଦର୍ଶ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ଦାସ ଅଧିକାରି ବ୍ୟତୀତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୈାତୁକ ନିଷେଧ ଆଇନ ଘରୋଇ ହିଂସା ଆଇନ ସମ୍ବନ୍ଧୀୟ ଏବଂ ଅନ୍ୟାନ୍ୟ ଫୈାଜଦାରୀ ଆଇନ କିଶୋରୀ ଆଇନ, ଦଣ୍ଡ ବିଧାନ, କିଶୋରୀମାନଙ୍କ ଯତ୍ନ, ବାଧ୍ୟତା ମୂଳକ ଶିକ୍ଷା, ସମ୍ପର୍କିତ ଆଲୋଚନା କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି