ସାର ସଂକଟ : ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଲାଗି ଜିଲ୍ଲାପାଳମାନଙ୍କୁ କୃଷି ବିଭାଗର ଚିଠି
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ରାଜ୍ୟରେ ସାର ସଂକଟ ଦୂର ପାଇଁ ରାଜ୍ୟ ସରକାର ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଲାଗି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିକଳ୍ପ ଭାବେ କମ୍ପେ୍ଲକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍ କୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଏନେଇ କୃଷି ଓ କୃଷକ ସଶକ
ସାର ସଂକଟ : ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଲାଗି ଜିଲ୍ଲାପାଳମାନଙ୍କୁ କୃଷି ବିଭାଗର ଚିଠି


ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ରାଜ୍ୟରେ ସାର ସଂକଟ ଦୂର ପାଇଁ ରାଜ୍ୟ ସରକାର ଡିଏପି ଓ ୟୁରିଆର ବିକଳ୍ପକୁ ପ୍ରୋତ୍ସାହନ ଲାଗି ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବିକଳ୍ପ ଭାବେ କମ୍ପେ୍ଲକ୍ସ ଫର୍ଟିଲାଇଜର୍ ଓ ଆମୋନିୟମ୍ ସଲଫେଟ୍ କୁ ପ୍ରୋତ୍ସାହନ ଦେବାକୁ କୁହାଯାଇଛି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି ଯେ ଭାରତ ସରକାର ବିପୁଳ ପରିମାଣରେ ଆମୋନିୟମ୍ ସଲଫେଟ୍ ଯୋଗାଇବେ। ଏହା ମୃତିକାରେ ସଲଫର୍ ଅଭାବ ଦୂର କରିବାରେ ସହାୟକ ହୋଇପାରିବ। ଡିଏପି ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପେ୍ଲକ୍ସ ଫର୍ଟିଲାଇଜରକୁ ଗୁରୁତ୍ୱ ଦିଆଯାଉ। ପ୍ରତ୍ୟେକ ଜିଲ୍ଲାର ମାର୍କଫେଡ୍ କୁ ଇଣ୍ଡେଂଟ୍ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛି କୃଷି ବିଭାଗ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande