
ସମ୍ବଲପୁର, ୨୦, ଜୁଲାଇ (ହି.ସ.)ସମ୍ବଲପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବୁର୍ଲା ଥାନା ପୋଲିସ ଏକ ମୋଟର ସାଇକେଲ ଚୋରି ଘଟଣାର ତଦନ୍ତ କରି ଶେଷରେ ଚୋରି କେଟିଏମ୍ ବାଇକକୁ ଉଦ୍ଧାର କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାନୁଯାୟୀ ଗତ ଜୁଲାଇ ୯ ତାରିଖରେ ଗୋଲଗୁଣ୍ଡା ସ୍ଥିତ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସ ଲିମିଟେଡ୍ରେ କାର୍ଯ୍ଯରତ ଏବିଏମ୍ ବାଇକ୍ ଚୋରି ନେଇ ଅଭିଯୋଗ କରିବା ପରେ ପୋଲିସ ୩୦୨/୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଜୁଲାଇ ୯ ତାରିଖ ରାତି ୨ଟା ବେଳେ କାର୍ଯ୍ୟାଳୟର ବାରଣ୍ଡାରେ ରଖିଥିବା ଓଡି ୧୭ ଏବି ୧୦୫୮ ନମ୍ବର କେଟିଏମ୍ ବାଇକ୍ କୁ କୌଣସି ଦୁର୍ବୃତ୍ତ ଚୋରି କରି ନେଇଥିଲା। ଏହି ମାମଲାକୁ ପୋଲିସ ତଦନ୍ତ କରି ବୁର୍ଲା ଗାନ୍ଧୀପଡା ଅଞ୍ଚଳର ୨୦ ବର୍ଷିୟ ଗଙ୍ଗା ସେନ୍ଧେରିଆକୁ ଧରି ଥାନାକୁ ଆଣିଥିଲା । ଜେରା ବେଳେ ବାଇକ୍ ସମ୍ପର୍କରେ ସୂଚନା ପାଇ ପୋଲିସ ଚୋରି କେଟିଏମ୍ ବାଇକକୁ ତା ନିକଟରୁ ଜବତ୍ କରିଥିଲା । ଆଜି ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ