
ନୂଆପଡ଼ା, ୨୦ ଜୁଲାଇ (ହି.ସ.)- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକର ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ବହୁ ଅଞ୍ଚଳ ବରଗାଁ, ସନାମହେସ୍ୱର, ବିରିଘାଟ, ଡୁଆଝର, ସରଧାପୁର, ତୁକଳା, ନେହେନା, କିରିକିଟା ଏପରି ଅନେକ ପଞ୍ଚାୟତର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ଧାନ ସହ ବିଭିନ୍ନ ଫସଲ ପାଣିରେ ବୁଡ଼ି ରହିଥିବାରୁ ଚାଷୀ ମାନଙ୍କ ମଧ୍ୟରେ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି। ଏପରି ଲଗାଣ ବର୍ଷା ଜାରି ରହିଲେ ଚାଷକାର୍ଯ୍ୟ ଅଧିକ ପ୍ରଭାବିତ ହେବା ସହ ଅମଳ ସମୟରେ ଉତ୍ପାଦନ କମିବାର ଭୟ ରହିଛି। କୃଷି ବିଭାଗ ପକ୍ଷରୁ ଚାଷ ଜମିରେ କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ଚାଷୀଙ୍କୁ ସହାୟତା ଯୋଗାଇବା ପାଇଁ ସରକାରୀ ପଦକ୍ଷେପ ନେବାକୁ ଚାଷି ମହଲରେ ଦାବି ହେଉଛି।
ହିନ୍ଦୁସ୍ଥାନ ସମାଚାର / ହେମନ୍ତ