
ନୂଆପଡ଼ା, ୨୦ ଜୁଲାଇ(ହି.ସ.) – ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ଗ୍ରାମ ଠାରେ ମନ୍ଦିରର କୁମ୍ଭ ଭରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମା’ ଗାୟତ୍ରୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ସହ ଶ୍ରୀମହାକାଲ ମନ୍ଦିରର ଶୁଭ କୁମ୍ଭ ଭରଣ ଉତ୍ସବ ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଓ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗ ଦେଇଥିଲେ। ଜିଲ୍ଲାପାଳ ମଧୁସୁଦନ ଦାସ, ପୂର୍ବତନ ବିଧାୟକ ହିତେଶ ବଗର୍ତି, ବିଧାୟକଙ୍କ ପ୍ରତିନିଧି ଅକ୍ଷୟ ନନ୍ଦ ମଧ୍ୟ ସାମିଲ ହୋଇଥିଲେ। ଗାୟତ୍ରୀ ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ବିଷ୍ଣୁ ପ୍ରସାଦ ଅଗ୍ରୱାଲ, କାର୍ଯ୍ୟକାରୀ ସଭାପତି ଟଙ୍କଧର ପଟେଲ, ସମ୍ପାଦକ ମଧୁସୁଦନ ମେହେର, ନିର୍ମାଣ କମିଟି ସଭାପତି ରାଜକୁମାର ଖେମକା ଓ ସମ୍ପାଦକ ଗଣେଶ ଚନ୍ଦ୍ର ଦୁବେ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାରର ସମସ୍ତ ପରିଜନ ସହଯୋଗ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ହେମନ୍ତ