
ଝାରସୁଗୁଡ଼ା, ୨୦ ଜୁଲାଇ (ହି.ସ.)- ଓଡ଼ିଶା ସରକାରଙ୍କ ଦ୍ୱାରା ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ପବିତ୍ର ତୀର୍ଥସ୍ଥଳ ପରିଦର୍ଶନର ସୁଯୋଗ ପ୍ରଦାନ କରିବା ଉଦ୍ଦେଶ୍ୟରେ ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନାର ସୁଯୋଗ ନେବା ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ବସବାସ କରୁଥିବା ସମସ୍ତ ଯୋଗ୍ୟ ଓ ଇଚ୍ଛୁକ ବରିଷ୍ଠ ନାଗରିକମାନଙ୍କୁ ଆସନ୍ତା ୧୪ ଅଗଷ୍ଟ, ୨୦୨୬ ସୁଦ୍ଧା ଆବେଦନ କରିବାକୁ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଆହ୍ୱାନ ଜଣାଇଛନ୍ତି। ଏହି ଯୋଜନା ମାଧ୍ୟମରେ ବରିଷ୍ଠ ନାଗରିକମାନେ ସରକାରଙ୍କ ସହଯୋଗରେ ବିଭିନ୍ନ ପ୍ରମୁଖ ତୀର୍ଥସ୍ଥଳ ପରିଦର୍ଶନ କରିବାର ସୁଯୋଗ ପାଇବେ। ତେଣୁ ଝାରସୁଗୁଡା ଜିଲ୍ଲାର ସମସ୍ତ ଯୋଗ୍ୟ ଓ ଇଚ୍ଛୁକ ବରିଷ୍ଠ ନାଗରିକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆବେଦନ କରି ଏହି ଜନହିତକର ଯୋଜନାର ଲାଭ ଉଠାଇବାକୁ ଝାରସୁଗୁଡା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି ।
ଯୋଜନା ସମ୍ପର୍କିତ ଯୋଗ୍ୟତା, ଆବେଦନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିସ୍ତୃତ ସୂଚନା ପାଇଁ yatra.odisha.gov.in ପୋର୍ଟାଲରେ ଲଗ୍ଇନ୍ କରାଯାଇପାରିବ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ, ଝାରସୁଗୁଡ଼ା ପକ୍ଷରୁ ଭାରପ୍ରାପ୍ତ ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ସନ୍ତୋଷ କୁମାର ନାଏକ ସୂଚନା ପ୍ରଦାନ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ