ବିନା ସର୍ତରେ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କର
ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ନାରୀ ଶକ୍ତିବନ୍ଧନ ଅଧିନିୟମ ୨୦୨୩କୁ ଜନଗଣନା ଓ ସୀମା ନିର୍ଦ୍ଧାରଣ ଠାରୁ ଅଲଗା କରି ଆଗକୁ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରିବା ଦାବିରେ ଜାତୀୟ ମହିଳା ମେଂଟର ଆହ୍ୱାନକ୍ରମେ ଭୁବନେଶ୍ୱରଠାରେ ଏକ ପ୍ରତିବାଦ ସ
fvhjmjyhm


ଭୁବନେଶ୍ୱର,୨୦ ଜୁଲାଇ (ହି.ସ)- ନାରୀ ଶକ୍ତିବନ୍ଧନ ଅଧିନିୟମ ୨୦୨୩କୁ ଜନଗଣନା ଓ ସୀମା ନିର୍ଦ୍ଧାରଣ ଠାରୁ ଅଲଗା କରି ଆଗକୁ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣକୁ ତୁରନ୍ତ ଲାଗୁ କରିବା ଦାବିରେ ଜାତୀୟ ମହିଳା ମେଂଟର ଆହ୍ୱାନକ୍ରମେ ଭୁବନେଶ୍ୱରଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ମହିଳାମାନଙ୍କର ରାଜନୈତିକ ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ସୋମବାର ଠାରୁ ଆରମ୍ଭ ହୋଇଥିବା ସଂସଦ ଅଧିବେଶନରେ ଆବଶ୍ୟକ ସମ୍ବିଧାନର ଧାରା ସଂଶୋଧନ ମାଧ୍ୟମରେ ଆଇନରୁ ଜନଗଣନା ଓ ସୀମା ନିର୍ଦ୍ଧାରଣକୁ ହଟାଇ ସଂରକ୍ଷଣ ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ସମଗ୍ର ଦେଶ ସହିତ ଭୁବନେଶ୍ୱରେ ମଧ୍ୟ ସମାବେଶ ଅନୁଷ୍ଠିତ ହୋଇଛି। ସୋମବାର ରାମ ମନ୍ଦିର ଛକଠାରୁ ଏକ ସୁସଜ୍ଜିତ ପଟୁଆର ବାହାରି ଜନପଥ ଦେଇ ବିଧାନସଭା ସମ୍ମୁଖରେ ପହଂଚିବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande