
ଭଦ୍ରକ, ୨୦ ଜୁଲାଇ (ହି.ସ.) - ଜୟ ଜଗନ୍ନାଥ ଟ୍ରଷ୍ଟ କୋରଟଂ ରାନ୍ଦିଆ ମାଉସୀ ମା ମନ୍ଦିରରେ ହେରା ପଚଂମୀ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହରିଶଙ୍କର ଜେନାଙ୍କ ଆବାହକତ୍ୱରେ ମହୋତ୍ସବ କମିଟିର ସଭାପତି ମୋହିନୀ ମୋହନ ମହାପାତ୍ର ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ । ବେଦାନ୍ତ କର୍ମଚାରୀ ସଂଘର ସଞ୍ଜୟ କୁମାର ରାଉତ, ସାଧାରଣ ସମ୍ପାଦକ କିଷାନ କୁମାର ସେଠୀ, ଟ୍ରଷ୍ଟର ଉପ-ସଭାପତି ଦୁଃସାଶନ ଗାହାଣ, ଅଧ୍ୟକ୍ଷ ବସନ୍ତ କୁମାର ଜେନା, ସମ୍ପାଦକ ଭାଗିରଥୀ ରାଉତ, ଆଶିଷ କୁମାର ସେଠୀ, ଲୋକନାଥ ବାରିକ, ସଞ୍ଜୟ କୁମାର ସୂତାର ପ୍ରମୁଖ ଜଗନ୍ନାଥ ସଂସ୍କୃତିର ପୁରାତନ କଥାକୁ ବାଖ୍ୟା କରିଥିଲେ । ଏହି ଅବସରରେ କୋଷାଧ୍ୟକ୍ଷ ଧନୁର୍ଯ୍ୟୟ ସେଠୀଙ୍କ ମଂଚ ପରିଚାଳନାରେ ନୃତ୍ୟ ସଙ୍ଗୀତର ପ୍ରତିଭା ମାନଙ୍କୁ ପୁରସ୍କୃତ କରାଯାଇଥିଲା । ସରୋଜ ଶଙ୍ଖୁଆ, ତପୋଧନ ସାହୁ, ଅକ୍ଷୟ କୁମାର ସୂତାର, ଯୋଗେନ୍ଦ୍ର ସେଠୀ , ପବନ ପେଡା, ରାଜେନ୍ଦ୍ର ବେହେରା, ଶିଶିର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ