
ମୁଖୀଗୁଡା, ୨୫ ଜୁଲାଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ କୁମଜୋର ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସ୍ତ୍ରୀ ଆଗରେ ସ୍ୱାମୀକୁ ହତ୍ୟା କରାଯାଇଛି । କୁମଜୋର ଗାଁର ସୁବେ ଶବର (୫୦) ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଗତକାଲି ସକାଳ ପ୍ରାୟ ୯ଟାରେ ନିଜ ଚାଷ ଜମିକୁ କାମ କରିବା ପାଇଁ ଯାଇ ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଘରକୁ ଫେରୁଥିବା ବେଳେ ଗାଁର ଜଗନ୍ନାଥ ଶବର ଓ ଦେସରାମ ଶବର ଲାଠି, ଛୁରିରେ ସୁବେଙ୍କୁ ଆକ୍ରମଣ କରିବାରୁ ସେ ସେଠାରେ ତଳେ ପଡି ଯାଇଥିଲେ । ଗୁରୁତର ଆହତ ଅବସ୍ଥାରେ ସୁବେଙ୍କୁ ଆମ୍ବୁଲାନ୍ସ ଯୋଗେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ଜୟପାଟଣା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ଜଗନ୍ନାଥ ଶବର ଓ ଦେସରାମଙ୍କୁ ଜୟପାଟଣା ଥାନାରେ ଅଟକ ରଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ନିହାର