ସମରସ ସଙ୍କଳ୍ପ ଅଭିଯାନ ପାଳନ ନେଇ ବିଜେପି ପକ୍ଷରୁ ପ୍ରଦେଶ ସ୍ତରୀୟ କର୍ମଶାଳା ଆୟୋଜିତ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ୨୯ ଜୁଲାଇ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ, ୨୦୨୭ (ଜନ୍ମ ଜୟନ୍ତୀ) ପର୍ଯ୍ୟନ୍ତ ସମଗ୍ର ଦେଶରେ ସମରସ ସଙ୍କଳ୍ପ ଅଭିଯାନ ପାଳନ କରାଯିବ। ଏହାକୁ କେନ
yh


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ସନ୍ଥ ଶିରୋମଣି ଶ୍ରୀଗୁରୁ ରବିଦାସ ମହାରାଜଙ୍କ ୬୫୦ତମ ଜୟନ୍ତୀ ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆସନ୍ତା ୨୯ ଜୁଲାଇ (ଗୁରୁ ପୂର୍ଣ୍ଣିମା) ଠାରୁ ୨୦ ଫେବୃଆରୀ, ୨୦୨୭ (ଜନ୍ମ ଜୟନ୍ତୀ) ପର୍ଯ୍ୟନ୍ତ ସମଗ୍ର ଦେଶରେ ସମରସ ସଙ୍କଳ୍ପ ଅଭିଯାନ ପାଳନ କରାଯିବ। ଏହାକୁ କେନ୍ଦ୍ର କରି ଶନିବାର ଭୁବନେଶ୍ୱର ସ୍ଥିତ ପ୍ରଦେଶ କାର୍ଯ୍ୟାଳୟ ଠାରେ ପ୍ରଦେଶ ସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲଙ୍କ ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏନେଇ ଏକ୍ସରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଲେଖିଛନ୍ତି ସନ୍ଥ ଶିରୋମଣି ଗୁରୁ ରବିଦାସଜୀ ସାମାଜିକ ସମରସତା, ସମାନତା, ଶ୍ରମର ମର୍ଯ୍ୟାଦା ଏବଂ ରାଷ୍ଟ୍ରହିତର ମୂଲ୍ୟବୋଧର ସନ୍ଦେଶ ଦେଇ ସମାଜକୁ ଏକ ନୂତନ ଦିଗ ପ୍ରଦାନ କରିଥିଲେ। ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ତାଙ୍କ ଆଦର୍ଶକୁ ପ୍ରତ୍ୟେକଙ୍କ ନିକଟରେ ପହଂଚାଇବା ସହ ସାମାଜିକ ନ୍ୟାୟ, ସମରସତା ଏବଂ ବଂଚିତ ବର୍ଗର ସଶକ୍ତିକରଣର ସଂକଳ୍ପ ସହିତ ନିରନ୍ତର କାର୍ଯ୍ୟ କରୁଛି।

ଗୁରୁଜୀଙ୍କ ବାଣୀ ଆଜି ମଧ୍ୟ ସମାଜକୁ ସମରସତା, ସେବା ଓ ମାନବତାର ମାର୍ଗରେ ଚାଲିବାକୁ ପ୍ରେରଣା ଯୋଗାଉଛି। ଆସନ୍ତୁ, ତାଙ୍କ ଆଦର୍ଶକୁ ଆତ୍ମସାତ୍ କରି ଏକ ସମରସ, ସଶକ୍ତ ଓ ବିକଶିତ ଭାରତ ଗଠନର ସଂକଳ୍ପ ନେବା।

ଏହି କର୍ମଶାଳାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ,ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ , ପୂର୍ବତନ ସାଂସଦ ତଥା ଏହି ଅଭିଯାନର କେନ୍ଦ୍ରୀୟ ଟୋଲି ସଦସ୍ୟା ଶ୍ରୀମତୀ ସୁନୀତା ଦୁଗ୍ଗଲ , ଯାଜପୁରର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା , ବିରମହାରାଜପୁରର ବିଧାୟକ ରଘୁନାଥ ଜଗଦଲା, ଅନୁସୂଚିତ ଜାତି ମୋର୍ଚାର ରାଜ୍ୟ ସଭାପତି ବାଇଧର ମଲ୍ଲିକ, ସମସ୍ତ ଜିଲ୍ଲା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ସମେତ ଅନେକ ବରିଷ୍ଠ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande