ବିଜୟ ପାଇଁ ଭାରତର ଯୁବପିଢ଼ିଙ୍କୁ ଅଭିନନ୍ଦନ - ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଚାଲିଥିବା ଦେଶଶବ୍ୟାପୀ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରତିକ୍ରିୟା ଦେଇ
np


ଭୁବନେଶ୍ୱର, ୨୫ ଜୁଲାଇ (ହି.ସ)- ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ଚାଲିଥିବା ଦେଶଶବ୍ୟାପୀ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଏହି ବିଜୟ ପାଇଁ ମୁଁ ଭାରତର ଯୁବପିଢ଼ିଙ୍କୁ, ବିଶେଷକରି ଜେନ୍ ଜିଙ୍କୁ ଅଭିନନ୍ଦନ ଜଣାଉଛି। ଜନମତ ପ୍ରତି ଉତରଦାୟିତ୍ୱ ଏବଂ ସମ୍ବେଦନଶୀଳତା ଏକ ଦୃଢ଼ ଗଣତନ୍ତ୍ରର ଅବିଚ୍ଛେଦ୍ୟ ମୂଲ୍ୟବୋଧ। ଜନତାଙ୍କ ଇଚ୍ଛାଠାରୁ କେହି ଉର୍ଦ୍ଧ୍ୱରେ ନୁହଁନ୍ତି। ଆମ ଦେଶର ଲୋକଙ୍କ ସ୍ୱର, ବିଶେଷକରି ଯୁବପିଢ଼ୀଙ୍କ ସ୍ୱର, ଶୁଣାଯିବା ଉଚିତ। ଭାରତର ଭବିଷ୍ୟତ ଯୁବପିଢ଼ିଙ୍କର। ମୁଁ ସେମାନଙ୍କୁ ଶୁଭକାମନା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande