ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ, ଜଣେ ଗିରଫ
ଜୟପୁର, ୨୫ ଜୁଲାଇ(ହି.ସ.) – ଗଞ୍ଜେଇ ଚାଲାଣବେଳେ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟ ତରଫରୁ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅଂଚଳର ସୁକ୍ର ହନ୍ତାଳ(୪୬)। ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରୀ ନିରୀକ୍ଷ
ଗଞ୍ଜେଇ ଚାଲାଣ ବେଳେ ଚଢାଉ, ଜଣେ ଗିରଫ


ଜୟପୁର, ୨୫ ଜୁଲାଇ(ହି.ସ.) – ଗଞ୍ଜେଇ ଚାଲାଣବେଳେ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟ ତରଫରୁ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲା ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନା ଅଂଚଳର ସୁକ୍ର ହନ୍ତାଳ(୪୬)। ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ଜୟପୁର ଅବକାରୀ ନିରୀକ୍ଷକ କାର୍ଯ୍ୟାଳୟ ତରଫରୁ ରେଳଷ୍ଟେସନ ରୋଡ଼ ଏଫ୍ସିଆଇ ଗୋଦାମ ନିକଟରେ ଚଢ଼ାଉ କରିଥିଲା। ଚଢ଼ାଉ କରି ୫ କେଜି ଗଞ୍ଜେଇ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତକୁ କୋର୍ଟଚାଲଣ କରାଯାଇଥିବା ବିଷୟ ଜୟପୁର ଅବକାରୀ ନିରୀକ୍ଷକ ଅଜୟ କୁମାର ନାୟକ ସୂଚନା ଦେଇଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande