ଚାନ୍ଦ ମନ୍ଦିର ଶ୍ରୀ କ୍ଷେତ୍ର ରେ ମହାପ୍ରଭୁ ଙ୍କ ସୁନାବେଶ ଓ ଭଜନ ସନ୍ଧ୍ୟା
ବଲାଙ୍ଗିର, 25 ଜୁଲାଇ (ହି.ସ.) ଗତ କାଲି ମହାପ୍ରଭୁ ବାହୁଡ଼ା ବିଜେ କରି ସନ୍ଧ୍ୟା ରେ ଟିକ୍ରା ପଡ଼ା ଚାନ୍ଦ ମନ୍ଦିର ଶ୍ରୀକ୍ଷେତ୍ର ରେ ପହଞ୍ଚି ଥିଲେ। ଆଜି ଶନିବାର ବଡ଼ ଏକାଦଶୀ ତିଥିରେ ସନ୍ଧ୍ୟା ୫ ଟା ରେ ରଥ ଉପରେ ମହା ପ୍ରଭୁ ଙ୍କ ସୁନା ବେଷ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇ ଥିଲା। ସୁନ
ଜଲିଆ ପିପଲପଡ଼ାରେ ବିଦ୍ୟୁତ୍ ବିଚ୍ଛିନ୍ନ : ଟ୍ରାନ୍ସଫର୍ମର ଲଗାଇବାକୁ ଆପ୍ ପକ୍ଷରୁ ଦାବି  ବଲାଙ୍ଗିର ଜିଲ୍ଲା ଆପ୍ ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ ଜଲିଆ ଗାଁର ପିପଲପଡାରେ ୧୦ଦିନ ହେଲା ଅନ୍ଧାରରେ ଥିବା ସମସ୍ୟାକୁ ନେଇ ବଲାଙ୍ଗିର ଏସ୍ଇଙ୍କୁ ସାକ୍ଷାତ କରିଥିବା ଜଣାପଡ଼ିଛି । ଦେଓଗାଁ ବ୍ଲକ ଉଡ଼ାର ପଞ୍ଚାୟତ ଅନ୍ତର୍ଗତ ଜଲିଆ ଗାଁ ପିପଲପଡାକୁ ଦୀର୍ଘ ୧୦ ଦିନ ହେଲା ଟ୍ରାନ୍ସଫର୍ମର ପୋଡି ଯାଇଥିବା ଯୋଗୁ ବିଜୁଳି ସରବରାହ ଠପ୍ ହୋଇଯାଇଛି । ଫଳରେ ଅଞ୍ଚଳବାସୀ ପ୍ରତିଦିନ ବିଭିନ୍ନ ସମୟରେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ବିଦ୍ୟୁତ୍ ଯୋଗାଣ ବିଷୟରେ ଗୁରୁତ୍ୱ ଦେଇ ଯଥାଶୀଘ୍ର ମରାମତି କରାଯିବାକୁ ନେଇ ଆମ ଆଦମୀ ପାର୍ଟି ବଲାଙ୍ଗିର ସହ ଗ୍ରାମବାସୀ ବଲାଙ୍ଗିର ଏସ୍ଇଙ୍କୁ ଭେଟି ଦାବି କରିଛନ୍ତି ଏବଂ ତୁରନ୍ତ ଟ୍ରାନ୍ସପରମର ଯୋଗାଇ ଦିଆ ଯାଉ ନହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ଆପ୍ ନେତା ଶ୍ରୀ ପାଣ୍ଡେ କହିଛନ୍ତି । ବିଭାଗୀୟ କର୍ମଚାରୀ ଯଥାଶୀଘ୍ର ଟ୍ରାନସଫର୍ମର ଲଗା ଯାଇ ବିଦ୍ୟୁତ୍ ସଂଯୋଗ ସ୍ୱାଭାବିକ କରାଯିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଆପ୍ ପକ୍ଷରୁ ସୁନ୍ଦର ରାଏ, ନବୀନ ବଗର୍ତ୍ତିଙ୍କ ସହ ଗାଁର ମାନସ ବାଗ, ସୁଜ୍ଞାନ ବାଗ, ଗଣେଶ ଖାଡିଆ, ଅଜିତ ଖାଡିଆ, ଶ୍ରୀତମ୍ ବନଛୋର, ବିଜୟ ବନଛୋର, ଚଇତନ ମୁଗ୍ରୀ, ଶ୍ରୀକାନ୍ତ ଖାଡିଆ, ରାକେଶ ସୁନାଙ୍କ ସହ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


ବଲାଙ୍ଗିର, 25 ଜୁଲାଇ (ହି.ସ.) ଗତ କାଲି ମହାପ୍ରଭୁ ବାହୁଡ଼ା ବିଜେ କରି ସନ୍ଧ୍ୟା ରେ ଟିକ୍ରା ପଡ଼ା ଚାନ୍ଦ ମନ୍ଦିର ଶ୍ରୀକ୍ଷେତ୍ର ରେ ପହଞ୍ଚି ଥିଲେ। ଆଜି ଶନିବାର ବଡ଼ ଏକାଦଶୀ ତିଥିରେ ସନ୍ଧ୍ୟା ୫ ଟା ରେ ରଥ ଉପରେ ମହା ପ୍ରଭୁ ଙ୍କ ସୁନା ବେଷ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ଅନୁଷ୍ଟିତ ହୋଇ ଥିଲା। ସୁନାବେଶରେ ଦିଅଁ ମାନଂକୁ ଦର୍ଶନ କରି ପୂଜର୍ଚ୍ଚନା କରିବା ପାଇଁ ଭକ୍ତ ମାନଂକ ଭିଡ଼ ହୋଇଥିଲା ।

ଏହି ଅବସର ରେ ମନ୍ଦିର ଆଗରେ କଳାକାର ମାନଂକ ଦ୍ବାରା ଭଜନ ସନ୍ଧ୍ୟା ରାତି ୮ ଟା ରୁ ଆରମ୍ଭ ହୋଇଛି ।କଳାକାର ମାନେ ପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କ ବିଭିନ୍ନ ଭଜନ ପରିବେଷଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande