କୁଚିଣ୍ଡାରେ ଦଧିବାମନ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା , ହଜାର ହଜାର ଭକ୍ତଙ୍କ ସମାଗମ

ସମ୍ବଲପୁର, ୨୫, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପ୍ରସିଦ୍ଧ ଦଧିବାମନ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଗୁରୁବାର ସନ୍ଧ୍ୟାରେ ଭକ୍ତିମୟ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମାଁ ମନ୍ଦିର (ଗୁଣ୍ଡିଚା ମନ୍ଦିର)ରେ ସାତ ଦିନ ବିରାଜମାନ ରହିବା ପରେ ଆଜି ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଛନ୍ତି ।

ସାରା ଓଡ଼ିଶାରେ ବାହୁଡ଼ା ଯାତ୍ରାକୁ ନେଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ କୁଚିଣ୍ଡାରେ ମଧ୍ୟ ଏହି ପବିତ୍ର ଯାତ୍ରା ବେଶ୍ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳିତ ହୋଇଥିଲା।

ବାହୁଡ଼ା ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇ ହରିନାମ ସଂକୀର୍ତ୍ତନ, ଭଜନ, ନୃତ୍ୟ ଓ ଜୟ ଜଗନ୍ନାଥ ଧ୍ୱନିରେ ସମଗ୍ର କୁଚିଣ୍ଡା ସହରକୁ ଭକ୍ତିମୟ କରି ତୋଳିଥିଲେ। ବୃଦ୍ଧ, ମହିଳା ଓ ଛୋଟ ଛୋଟ ଶିଶୁମାନେ ମଧ୍ୟ ଯାତ୍ରାରେ ସାମିଲ ହୋଇ ମହାପ୍ରଭୁଙ୍କ ଦର୍ଶନ ଲାଭ କରିଥିଲେ।

ଯାତ୍ରାକୁ ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ କୁଚିଣ୍ଡା ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ପୁଲିସ ପ୍ରଶାସନର ସହଯୋଗରେ ବାହୁଡ଼ା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଫଳତାର ସହିତ ସମାପନ ହୋଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande