ଟ୍ରାନ୍ସଫର୍ମର ଚୋରି ପରେ ୫ ମାସ ଧରି ଅନ୍ଧାରରେ ୩୦ ପରିବାର, ବିଦ୍ୟୁତ ସେବା ଦାବି

ସମ୍ବଲପୁର,୨୫, ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହତା ପଞ୍ଚାୟତ ଅନ୍ତର୍ଗତ ଅଙ୍କଡିହି ପଡ଼ାରେ ଟ୍ରାନ୍ସଫର୍ମର ଚୋରି ହେବା ପରେ ଦୀର୍ଘ ୫ ମାସ ଧରି ବିଦ୍ୟୁତ ସେବା ବନ୍ଦ ରହିଛି। ଫଳରେ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପରିବାର ଅନ୍ଧାର ମଧ୍ୟରେ ଜୀବନ ବିତାଉଛନ୍ତି।

ବର୍ଷା ଋତୁରେ ବିଦ୍ୟୁତ ନ ଥିବାରୁ ବିଷାକ୍ତ ସାପ ଓ ଅନ୍ୟାନ୍ୟ ସରିସୃପ ଘରେ ପ୍ରବେଶ କରୁଥିବାରୁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି। ଏହାସହ ଅଙ୍ଗନବାଡି ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲାଙ୍କର ପାଠପଢ଼ା ବ୍ୟାହତ ହେଉଥିବା ବେଳେ ପାନୀୟ ଜଳ ଯୋଗାଣରେ ମଧ୍ୟ ସମସ୍ୟା ଦେଖାଦେଇଛି।

ଗ୍ରାମବାସୀଙ୍କ କହିବା ଅନୁସାରେ, ଟ୍ରାନ୍ସଫର୍ମର ଚୋରି ହେବା ପରଠାରୁ ସେମାନେ ବାରମ୍ବାର ବିଦ୍ୟୁତ ବିଭାଗରେ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନୂତନ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇନାହିଁ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବଢ଼ି ଚାଲିଛି।

ଗ୍ରାମବାସୀ ପୂର୍ଣ୍ଣ ମୁଣ୍ଡା କହିଛନ୍ତି ଯେ, ୫ ମାସ ହେଲା ଗାଁର ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି। ବିଦ୍ୟୁତ ବିଭାଗକୁ ଏକାଧିକ ଥର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ବିଦ୍ୟୁତ ନ ଥିବାରୁ ରାତିରେ ସାପ ଘରକୁ ପ୍ରବେଶ କରୁଛନ୍ତି, ଛୋଟ ଛୋଟ ପିଲାମାନେ ଅନ୍ଧାରରେ ରହୁଛନ୍ତି ଏବଂ ପାଠପଢ଼ା କରିପାରୁନାହାନ୍ତି। କୌଣସି ଅଘଟଣ ଘଟିଲେ ତାହା ପାଇଁ ବିଦ୍ୟୁତ ବିଭାଗ ଦାୟୀ ରହିବ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande