କନ୍ଧମାଳରୁ ସମ୍ବଲପୁର କୁ ଚାଲାଣ ବେଳେ ପୋଲିସ୍ ଜବତ କଲା ୮୫୦ କିଗ୍ରା ଗଞ୍ଜେଇ ଓ ଟ୍ରକ
850 Kilo Ganja Seized with a truck Acused absconded
ଫୋଟ


କନ୍ଧମାଳ , ୨୫ ଜୁଲାଇ (ହି.ସ.) କନ୍ଧମାଳରୁ ବୌଦ୍ଧ ଜିଲ୍ଲା ଦେଇ ସମ୍ବଲପୁର କୁ ଚାଲାଣ ବେଳେ କନ୍ଧମାଳ ପୋଲିସ, ସୁଡ୍ରୁକୁମ୍ପା ଠାରେ ଜବତ କରିଛି ୩୪ ଟି ପ୍ଲାଷ୍ଟିକ ବସ୍ତା ରେ ସମୁଦାୟ ୮୫୦ କିଗ୍ରା ଗଞ୍ଜେଇ । ଏଥି ସହିତ ଜବତ କାର୍ଯ୍ୟରେ ନିୟୋଜିତ ଥିବା ଟ୍ରକ୍ କୁ ମଧ୍ୟ ଜବତ କରିଛି ପୁଲିସ। ହେଲେ ସୁବିଧା ଦେଖି ଗାଡିର ଡ୍ରାଇଭର ଓ ମାଫିଆ ଫେର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ରମେନ୍ଦ୍ର ପ୍ରସାଦ। ତେବେ ଫୁଲବାଣୀ ସଦର ଥାନା ପୁଲିସ ଏନଡିପିଏସ୍ ଆଇନ ଅନୁଯାୟୀ ଏକ ମାମଲା ୧୫୫/୨୫/୦୭/୨୦୨୬ ରୁଜ୍ଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହି ଗଞ୍ଜେଇ ବୋଝେଇ ଏକ ଟ୍ରକ ଓଡି-୧୫ ଓ୍ବାଇ-୮୦୮୮ ଯୋଗେ ପଡ଼ୋଶୀ ଜିଲ୍ଲା ବୌଦ୍ଧ ବାଟ ଦେଇ ସମ୍ବଲପୁର କୁ ଚାଲାଣ ହେଉଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ,ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁଡ୍ରୁକୁମ୍ପା ଠାରେ ଚଢାଉ କରି ଗଞ୍ଜେଇ ଓ ଟ୍ରକ କୁ ଜବତ କରିଥିଲା ପୋଲିସ୍। ତେବେ ଚାଲାଣକାରୀ ଓ ଡ୍ରାଇଭର ଅତି ଶିଘ୍ର ଗିରଫ ହେବେ ବୋଲି କହିଛନ୍ତି ଫୁଲବାଣୀ ସଦର ଏସଡିପିଓ ଶ୍ରୀ ଶୁଭ୍ରଜିତ ବିଶ୍ଵାଳ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande