


ସମ୍ବଲପୁର,୨୫, ଜୁଲାଇ (ହି.ସ.)ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ଆହୁରି ସୁଦୂରପ୍ରସାରୀ କରିବା ସହ ସମ୍ବଲପୁରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଦାବିକୁ ନେଇ ସମ୍ବଲପୁରୀ ଏକତା ମଞ୍ଚ ପକ୍ଷରୁ ଅଗଷ୍ଟ ୧ ତାରିଖ କୁ ‘ସମ୍ବଲପୁରୀ ଦିନ’ ଆୟୋଜନ କରାଯାଉଛି। ଏହି ଅବସରରେ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ମାଁ ସମଲେଶ୍ୱରୀଙ୍କ ମନ୍ଦିର ଠାରେ ଏକ ସ୍ୱତନ୍ତ୍ର ଥିମ୍ ସଙ୍ଗ କୁ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୂଳପତି ପ୍ର. ବ୍ୟୋମକେଶ ତ୍ରିପାଠୀ ଉନ୍ମୋଚନ କରିଥିଲେ। ଚଳିତ ବର୍ଷ ମଧ୍ୟ ଏହି ଦିବସ କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହି ଥିମ୍ ସଙ୍ଗ୍କୁ ଉନ୍ମୋଚନ କରାଯାଇଛି l ସମ୍ବଲପୁରୀ ଦିନ ଅବସରରେ ପରମ୍ପରା ଅନୁଯାୟୀ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ସହ ସମ୍ବଲପୁରୀ ଗୀତ, ନୃତ୍ୟ ଏବଂ ପାରମ୍ପରିକ ଖାଦ୍ୟର ଆସର ଜମିଥାଏ l ଏହି ଥିମ କୁ ପ୍ରତିଷ୍ଠିତ ଗୀତିକାର ରତନ ପୁଜାହାରୀ ରଚନା କରିଥିବା ବେଳେ ସୁନାମଧନ୍ୟ କଣ୍ଠଶିଳ୍ପୀ ଆଶିଷ କୁମ୍ଭାର ଓ ଅନାମିକା ଆଚାର୍ଯ୍ୟ କଣ୍ଠଦାନ କରିଛନ୍ତି l ସଂଗୀତ ନିର୍ଦେଶନା କୃଷ୍ଣ ଚନ୍ଦ୍ର ବାଗ ଓ ପରିଚାଳନା ରେ କମଲେଶ ଚକ୍ରବର୍ତ୍ତୀ ରହିଛନ୍ତି l ଏହି ଅବସରରେ ମନ୍ଦିର ଟ୍ରଷ୍ଟ ର ଅଧ୍ୟକ୍ଷ ସଞ୍ଜୟ ବାବୁ, ଟ୍ରଷ୍ଟ ସଦସ୍ୟ ପ୍ରଫୁଲ୍ଲ ହୋତା, ସମ୍ବଲପୁରୀ ଏକତା ମଞ୍ଚ ର ସଭାପତି ସୁଶାନ୍ତ ପୁରୋହିତ, ଉପଦେଷ୍ଠା ସମୀର ରଞ୍ଜନ ବାବୁ, ଡା. ସଂଜୀବ ମିଶ୍ର, ସଂଯୋଜକ ନନ୍ଦ କିଶୋର ସାହୁ( ବଣ୍ଟି ), ଅଜିତ ବେହେରା, ଅରୁଣ ଦାସ, ସୌମିକ ବାବୁ, ବିଶ୍ୱରଂଜନ ଜେନା, ତର୍ପଣ ପ୍ରଧାନ, ବିନାୟକ ରାମ, ମନୋଜ ଚୌଧୁରୀ, ଅନୁପ ତରିଆ, ମୋହନ ଦାସ, ସୀମା ଷଣ୍ଢ, କାଞ୍ଚନ ଲୁହା, ସୁପ୍ରିତ ଠେଲା, ରାଜକୁମାର ଜାଲ ଓ ଅନ୍ୟ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ l
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ