
ଭୁବନେଶ୍ୱର, 26 ଜୁଲାଇ (ହି.ସ.) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସରୁ କାର୍ଗିଲ ବିଜୟ ଦିବସ ଅବସରରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏବିଭିପିର ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇ ୧୫୦ ଫୁଟ ଲମ୍ବାର ଏକ ବିଶାଳ ତ୍ରିରଙ୍ଗା ପତାକା ଧରି ଶୋଭାଯାତ୍ରା କରିଛନ୍ତି। ସହର ପରିକ୍ରମା କରି କାର୍ଗିଲ ଯୁଦ୍ଧରେ ଦେଶ ପାଇଁ ବଳିଦାନ ଦେଇଥିବା ବୀର ସହିଦ ଜବାନ ମାନଙ୍କୁ ମନେପକାଇ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେମାନଙ୍କର ଅଦମ୍ୟ ସାହସ ଓ ଦେଶପ୍ରେମକୁ ସ୍ମରଣ କରାଯାଇଛି। କାର୍ଯ୍ୟକ୍ରମରେ ଏବିଭିପି ର କର୍ମକର୍ତ୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଦେଶର ଅଖଣ୍ଡତା ଓ ସୁରକ୍ଷା ପାଇଁ ସଦା ସଚେତନ ରହିବାକୁ ଆହ୍ୱାନ ଦେଇଛନ୍ତି। କାର୍ଗିଲ ବିଜୟ ଦିବସ କେବଳ ବିଜୟର ପ୍ରତୀକ ନୁହେଁ, ବରଂ ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀର ଯବାନମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଦିବସ। ଭାରତ ପ୍ରତିବର୍ଷ ଜୁଲାଇ ୨୬ ତାରିଖ ୧୯୯୯ ମସିହାକୁ କାର୍ଗିଲ ଯୁଦ୍ଧର ବିଜୟ ସ୍ମରଣ କରି କାର୍ଗିଲ ବିଜୟ ଦିବସ ପାଳନ କରାଯାଏ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ