
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ଭାରତ ପାଣିପାଗ ବିଭାଗର ପୂର୍ବ ସୂଚନା ମୁତାବକ ଜୁଲାଇ-୨୭, ସୋମବାର ଜିଲ୍ଲାର ବିଭିନ୍ନ ଅଂଚଳରେ ବ୍ୟାପକ ବୃଷ୍ଟିପାତ ହେବ। ଉତର-ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ ଘନୀଭୂତ ହୋଇଥିବାରୁ ଏହାର ପ୍ରଭାବରେ ଉତର ଓଡିଶା ସମେତ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବୃଷ୍ଟିପାତର ଆଶଙ୍କା ଥିବାରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ସମସ୍ତ ମାଧ୍ୟମିକ, ଉଚ୍ଚ ମାଧ୍ୟମିକ, ଆଦର୍ଶ ବିଦ୍ୟାଳୟ, ନବୋଦୟ, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରଭୃତି ସ୍କୁଲ ଓ ଗଣଶିକ୍ଷା ବିଭାଗ ଅନୁମୋଦିତ ସମସ୍ତ ସ୍କୁଲ ସୋମବାର ବନ୍ଦ ରହିବ ବୋଲ ନିର୍ଦ୍ଦେଶନାମା ଜାରି କାଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି