ଦାରୁଦେବତା- ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ୟାପନୀ ସଭା
ଜୟପୁର, ୨୬ ଜୁଲାଇ (ହି.ସ.) - ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟଠାରେ ଦାରୁଦେବତା – ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପନୀ ସଭା ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଯୁଧୀଷ୍ଠିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭକ୍ତ ସଭାରେ ଡୟପୁରର ଉପ ଜିଲ୍ଲାପାଳ ଯଦୁମଣି ନାୟକ, ମୁଖ୍ୟ ଅ
ଦାରୁଦେବତା- ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦ୍ଯାପନୀ ସଭା


ଜୟପୁର, ୨୬ ଜୁଲାଇ (ହି.ସ.) - ଶ୍ରୀ ବିକ୍ରମ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟଠାରେ ଦାରୁଦେବତା – ଚିତ୍ରକଳା କର୍ମଶାଳା ଓ ପ୍ରଦର୍ଶନୀ ଉଦଯାପନୀ ସଭା ଆୟୋଜିତ ହୋଇଯାଇଛି ।

ବିଦ୍ୟାଳୟର ଅଧ୍ୟକ୍ଷ ଯୁଧୀଷ୍ଠିର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଭକ୍ତ ସଭାରେ ଡୟପୁରର ଉପ ଜିଲ୍ଲାପାଳ ଯଦୁମଣି ନାୟକ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଜଗନ୍ନାଥ ସଂସ୍କୃତି ସହ ଚିତ୍ରକଳା ର ସଂପର୍କ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ପରେଶ ରଥ ଏବଂ ଆଲୁମିନି ସଭାପତି ଶ୍ରୀକାନ୍ତ ବାରିକ ମଂଚାସୀନ ଥିଲେ । ରକ୍ତ କାର୍ଯ୍ୟକ୍ରମରେ ପରେଶ ରଥ ଙ୍କ ପୁସ୍ତକ “ ଜୟପୁର ରଥଯାତ୍ରା “ ଏବଂ ଦାରୁଦେବତା ର କ୍ୟାଟେଲଗେ ଉନ୍ମୋଚନ ହୋଇଥିଲା ।

ଉକ୍ତ ସଭାରେ, ଆଲୁମିନି ଛାତ୍ରଙ୍କ ମଧ୍ୟରେ ଲୋକନାଥ ବେହେରା, ପଦ୍ମଚରଣ ଚୌଧୁରୀ, ଦିପକ ଦାଶ, ଅସିତ ରଥ, ରାଜେନ୍ଦ୍ର ପଟ୍ଟନାୟକ, ପି. ଶ୍ରୀନିବାସ, ନୃସିଂହ ଷଡ଼ଙ୍ଗୀ, ସୁରେଶ ନାୟକ, ସୁଦର୍ଶନ ନାଗ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କୃଷ୍ଣ ହୋତା. ନିରଞ୍ଜନ ମିଶ୍ର ଙ୍କ ସହିତ ଜୟପୁର ର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କର୍ମଚାରୀ କେ, ସୁନିଲ କୁମାର ଓ ସୁରେନ୍ଦ୍ର ବାଘ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande