ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେଶ୍ୱର ସାହୁ ଆଜି ତାଙ୍କର ୬୭ ତମ ଜନ୍ମଦିନ ପାଳିତ
କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ୱର ସାହୁ ଆଜି ତାଙ୍କର ୬୭ ତମ ଜନ୍ମଦିନ ଆନନ୍ଦପୁର ପଂଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରି ପାଳିଛନ୍ତି। ବଉଳ ଗଛ,ଆମ୍ବ, ପଣସ, ଅଁଳା, ଡାଳି
Birthday


କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ବିଜେପି କୃଷକ ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ମହେଶ୍ୱର ସାହୁ ଆଜି ତାଙ୍କର ୬୭ ତମ ଜନ୍ମଦିନ ଆନନ୍ଦପୁର ପଂଚମୁଖୀ ହନୁମାନ ମନ୍ଦିର ପ୍ରାଙ୍ଗଣରେ ବୃକ୍ଷ ରୋପଣ କରି ପାଳିଛନ୍ତି। ବଉଳ ଗଛ,ଆମ୍ବ, ପଣସ, ଅଁଳା, ଡାଳିମ୍ବ ପ୍ରଭୃତି ଗଛ ଆଜି ରୋପଣ କରାଯାଇଥିଲା। ପରେ ଆନନ୍ଦପୁର ବରିଷ୍ଠ ନାଗରିକ ପରିଷଦ କାର୍ଯ୍ୟାଳୟ ସଭାଗୃହ ଠାରେ ଆନନ୍ଦପୁର କଲେଜର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଜନ୍ମ ଉତ୍ସବ ପାଳନ କରାଯାଇଥିଲା। ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ସାମ୍ବାଦିକ, ଓକିଲ, ବୁଦ୍ଧିଜୀବୀଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ବିଜେପି କୃଷକ ମୋର୍ଚ୍ଚା ଲ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଓ ଅଭିନନ୍ଦନ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ଓକିଲ ସଂଘର ସଭାପତି ଦୟାନିଧି ଦାଶ,ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ, ରାଜ୍ୟ ସଂଯୋଜକ ଶକଂର୍ଷଣ ଜେନା, ହେମନ୍ତ କୁମାର ମଲ୍ଲିକ, ପବିତ୍ର ବେହେରା, ବିନୋଦ କୁମାର ଦାସ, ଝାନସୀରାଣୀ ଦାସ, ସୁଦର୍ଶନ ବଲ, ଯଞ୍ଜ ପ୍ରସାଦ ସାହୁ, ସୁଶୀଲ କୁମାର ହୋତା, ଦୀଲିପ କୁମାର ସିଂ, ଅଜୟ କୁମାର ହୋତା, ଦେବରଂଜନ ସାହୁ, ପ୍ରସନ୍ନ କୁମାର ମିଶ୍ର, ଅଶୋକ କୁମାର ରାଉତ, ସରୋଜ କୁମାର ସାହୁ, ଭଗବାନ ମହାରଣା, ମଲୟ ପଣ୍ଡା, କୋଦାର ସାମଲ, ନରେନ୍ଦ୍ର ରାଉତ, ପ୍ରୋମାନନ୍ଦ ମିଶ୍ର, କୈଳାସ ଚନ୍ଦ୍ର ସାମଲ, ନିରଞ୍ଜନ ପାଣିଗ୍ରାହୀ, ପ୍ରାଣବନ୍ଧୁ ସାହୁ, କୈଳାସ ଚନ୍ଦ୍ର ନାୟକ, ରାଜେନ୍ଦ୍ର କୁମାର ସାହୁ, ନିରାକାର ଦଲେଇ, ଅନନ୍ତ ବାରିକ ଶରତ ପାତ୍ର, ଯଶୋବନ୍ତ ଦାସ ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande