ପୌର ଚିକିତ୍ସାଳୟରେ ଉନ୍ନତ ମାନର ଚିକିତ୍ସା ମିଳୁନାହିଁ, ସେବା ପ୍ରତିନିଧି
ଖୋର୍ଦ୍ଧା, ୨୬ ଜୁଲାଇ (ହି.ସ.) - ବିଗତ ଦିନରେ ଭୁବନେଶ୍ୱର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଂଚିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ୱାରା ୧୯୪୬ ମସିହାରେ ଜନ୍ମ ଲାଭ କଲା ପୈ।ର ଚିକିତ୍ସାଳୟ। ପୌର ଚିକିତ
BMC hospital


ଖୋର୍ଦ୍ଧା, ୨୬ ଜୁଲାଇ (ହି.ସ.) - ବିଗତ ଦିନରେ ଭୁବନେଶ୍ୱର ବଣ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା ଜନ ସାଧାରଣ ଚିକିତ୍ସାଳୟ ଅଭାବରୁ ଚିକିତ୍ସାରୁ ବଂଚିତ ହେଉଥିଲେ । ସେହି ସମୟରେ ଭୁବନେଶ୍ୱର ଓ ଏହାର ଆଖପାଖ ଚିନ୍ତାଶୀଳ ଜନନାୟକମାନଙ୍କ ଦ୍ୱାରା ୧୯୪୬ ମସିହାରେ ଜନ୍ମ ଲାଭ କଲା ପୈ।ର ଚିକିତ୍ସାଳୟ। ପୌର ଚିକିତ୍ସାଳୟରେ ସୁନାମ ଅର୍ଜିତ ଚିକିତ୍ସକଙ୍କ ଦ୍ୱାରା ଜନସାଧାରଣ ଚିକିତ୍ସା କ୍ଷେତ୍ରରେ ଅଭୂତପୂର୍ବ ଉପକାର ପାଇପାରିଲେ।ବିଗତ ଦିନରେ ୫୦-୧୦୦ କିଲୋମିଟର ରୁ ଅଂଚଳବାସୀ ଏତେ ଅଧିକ ପରିମାଣର ରୋଗୀ ଆସୁଥିଲେ ଯେ ବେଡ୍ ଅଭାବରୁ ତଳେ ପଟାଳି ଭଳି ପଡି ରହି ସୁସ୍ଥ ହୋଇ ଫେରି ଯାଉଥିଲେ। ପୈ।ର ଚିକିତ୍ସାଳୟରେ ୧୦୭ ଶଯ୍ୟା ଥିଲା ବେଳେ ବର୍ତମାନ ତାହା ୫୭କୁ ଖସି ଆସିଛି। ସୂଚନା ଅଧିକାର ତଥ୍ୟ ଅନୁଯାୟୀ ପୌର ଚିକିତ୍ସାଳୟରେ ୪୫ ଡାକ୍ତର ସ୍ଥାନରେ ନଅ ଜଣ ଡାକ୍ତର ଅଛନ୍ତି। ୨୪ ଘଂଟାରୁ ୪ ଘଂଟା ଡାକ୍ତରଖାନା ଖୋଲୁଛି। ଜଣେ ଡାକ୍ତର ବାକି ୨୦ ଘଂଟା ଚିକିତ୍ସା କରି ଡାକ୍ତରଖାନାକୁ ସମ୍ଭାଳୁଛନ୍ତି। ତେଣୁ ସେହି ପରିମାଣରେ କର୍ମଚାରୀ, ନର୍ସ, ଯନ୍ତ୍ରପାତି ଓ ଔଷଧ ରହିଛି। ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପୈ।ର ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିବା ପାଇଁ କେତେକ ଅଦୂରଦର୍ଶୀ ବ୍ୟକ୍ତି ଆଠ କୋଟି ଟଙ୍କା ଧରି ଜାଗା ଖୋଜୁଛନ୍ତି। ଏଠାରେ ସ୍ମରଣ କରାଇ ଦିଆଯାଇପାରେ ଯେ, ପୈ।ର ଚିକିତ୍ସାଳୟକୁ ଲାଗି ସୁଭଦ୍ରା ମହତାବ ବାଳିକା ବିଦ୍ୟାଳୟ। ଏହି ବାଳିକା ବିଦ୍ୟାଳୟର ଛାତ୍ରଛାତ୍ରୀ ବି ଏମ୍ ହାଇସ୍କୁଲକୁ ସ୍ଥାନାନ୍ତରିତ କରାଯାଇଛି। ବର୍ଷ ବର୍ଷ ଧରି ଭୁତକୋଠି ଭଳି ପଡି ରହିଛି ବାଳିକା ବିଦ୍ୟାଳୟ। ଯଦି ସୁଭଦ୍ରା ମହତାବ ହାଇସ୍କୁଲକୁ ପୈ।ର ଚିକିତ୍ସାଳୟରେ ସାମିଲ କରାଯାଏ , ତେବେ ସବୁ ସମାସ୍ୟାର ସମାଧାନ ଘଟନ୍ତା ବୋଲି ୪୬ ମାସ ଧରି ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିବା ନୀଳମଣି ମିଶ୍ର କହିଛନ୍ତି।ପୈ।ର ଚିକିତ୍ସାଳୟ ବର୍ତମାନ ଧ୍ୱଂସ ପଥର ପଥିକ ପାଲଟି ଯାଇଛି। ନାହିଁ ନାହିଁରେ ଡାକ୍ତରଖାନା ଚାଲିଛି। ରେକର୍ଡ଼ କହୁଛି ଦୈନନ୍ଦିନ ପନ୍ଦର ଶହରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି।

ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ରଙ୍କ ସହିତ ଦାମୋଦର ସାମନ୍ତରାୟ, ଉଲ୍ଲାସ ଚନ୍ଦ୍ର ମହାପାତ୍ର, ବିପିନ ବିହାରୀ ରାଉତରାୟ,ପ୍ରଦୀପ କୁମାର ରାୟ, ରଙ୍କନିଧି ପଟ୍ଟନାୟକ, ବ୍ରଜ କିଶୋର ମହାରଣା, ତାରା ଚରଣ ଆଚାର୍ଯ୍ୟ, ସୁବାସିନୀ ପୃଷ୍ଟି, ଲିଙ୍ଗରାଜ ପୃଷ୍ଟି, ସୀତା ରାଉତ, ବର୍ଣ୍ଣମାଳା ପାତ୍ର, ସୁରେଶ ଦାଶ, ନୟନୀ ବେହେରା ଇତ୍ୟାଦି ଶ୍ରୀ ମିଶ୍ରଙ୍କ ସହିତ ଧାରଣା ସ୍ଥଳରେ ସ୍ୱର ମିଳାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande