

ଗଞାମ, ୨୬ ଜୁଲାଇ (ହି.ସ.) - ୩ ଟନ୍ ତିଲ ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ସରବ ଅ ବୃଦାବନ ନାୟକ (୩୧)କୁ ପୋଲିସ ଭଦ୍ରକରୁ ଗିରଫ କରିଛି। ୦୨.୦୧.୨୦୨୬ରେ ବ୍ରହ୍ମପୁରରୁ କଟକକୁ ୩ ଟନ୍ ତିଲ (୪.୨୬ ଲକ୍ଷ) ନେଇ ଯାଉଥିବା ବେଳେ ଡ୍ରାଇଭର ସାମଗ୍ରୀ ନେଇ ଫେରାର ହୋଇଯାଇଥିଲା। ସେ ତିଲକୁ କେନ୍ଦୁଝରରେ ୨.୫୦ ଲକ୍ଷରେ ବିକି ଦେଇଥିଲା। ପୋଲିସ ତାଙ୍କଠାରୁ ୩ ଲକ୍ଷ ନଗଦ ଏବଂ ଗୋଟିଏ ମୋବାଇଲ୍ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏ ବିଷୟରେ ତଦନ୍ତ ଜାରି ରହିଛି ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ