ପରୀକ୍ଷା ସଂସ୍କାର ପାଇଁ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଲେ ସ୍ୱାଗତ
ଭୁବନେଶ୍ୱର, 26 ଜୁଲାଇ (ହି.ସ.) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରୀକ୍ଷା ସଂସ୍କାର ପାଇଁ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନକୁ ସ୍ୱାଗତ କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି ଯେ, ଦେଶର
ମୁଖ୍ୟମନ୍ତ୍ରୀ ମୋହନ ମାଝୀ


ଭୁବନେଶ୍ୱର, 26 ଜୁଲାଇ (ହି.ସ.) ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରୀକ୍ଷା ସଂସ୍କାର ପାଇଁ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନକୁ ସ୍ୱାଗତ କରି ଏହାକୁ ଏକ ଐତିହାସିକ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ବାର୍ତ୍ତାରେ କହିଛନ୍ତି ଯେ, ଦେଶର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବୋଚ୍ଚ ପ୍ରାଥମିକତା ରହିଆସିଛି।

ସେ କହିଛନ୍ତି ଯେ, ନନ୍ଦନ ନିଳେକଣିଙ୍କ ନେତୃତ୍ୱରେ ଏହି ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ ପରୀକ୍ଷା ପ୍ରଣାଳୀରେ ମେରିଟ୍, ପାରଦର୍ଶିତା ଓ ନିଷ୍ପକ୍ଷତା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହି ପଦକ୍ଷେପ ଦେଶର ଲକ୍ଷଲକ୍ଷ ଛାତ୍ରଛାତ୍ରୀଙ୍କ ବିଶ୍ୱାସକୁ ଆହୁରି ମଜବୁତ କରିବା ସହିତ ଏକ ସୁରକ୍ଷିତ, ପାରଦର୍ଶୀ ଓ ଭବିଷ୍ୟତମୁଖୀ ଶିକ୍ଷା ପ୍ରଣାଳୀ ଗଠନରେ ସାହାଯ୍ୟ କରିବ।

ସେ କହିଛନ୍ତି ଯେ, ଏହା “ବିକଶିତ ଭାରତ” ଦୃଷ୍ଟିକୋଣକୁ ଆଗେଇ ନେବାରେ ମଧ୍ୟ ମୁଖ୍ୟ ଭୂମିକା ନେବ। ଏହି ପଦକ୍ଷେପ ଦ୍ୱାରା ଦେଶର ପରୀକ୍ଷା ପ୍ରଣାଳୀ ଆହୁରି ସୁଦୃଢ଼ ଓ ବିଶ୍ୱସନୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande