
ଚମ୍ପୁଆ, ୨୬ ଜୁଲାଇ (ହି.ସ.) - ଚମ୍ପୁଆରେ ୨୭ତମ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅବସରପ୍ରାପ୍ତ ସୈନିକ ସଂଗଠନ ଚମ୍ପୁଆ ପକ୍ଷରୁ ଏହି ବିଜୟ ଦିବସ ପାଳନ କରାଯାଇଛି । ଏଥିରେ ଚମ୍ପୁଆ ନଗରଭବନ ଠାରୁ ଏକ ଶୋଭାଯାତ୍ରାରେ ସରସ୍ୱତୀ ବିଦ୍ୟା ମନ୍ଦିର ଚମ୍ପୁଆର ସମର ଶିକ୍ଷାର୍ଥୀ ବାହିନୀ, ମହତାବ ଉଚ୍ଚ ବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଅବରପ୍ରାପ୍ତ ସୈନିକ କର୍ମଚାରୀ, ଘୋଷଦଳ ଓ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଶୋଭାଯାତ୍ରାରେ ପ୍ରଥମେ ନଗରଭବନ ଠାରୁ ବାହାରି ଗାନ୍ଧିଛକ, ଗାନ୍ଧିଛକ ଠାରୁ ଜେଲ ଛକ ଓ ବସଷ୍ଟାଣ୍ଡ ଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ପହଂଚିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବୌଦ୍ଧିକ ମଣ୍ଡପଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସହକାରୀ ଉପଜିଲାପାଳ ସୌମେନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ଆଇନଜୀବୀ ରମେଶ ଚନ୍ଦ୍ର ପ୍ରଧାନ, ଗୌରଚନ୍ଦ୍ର ପ୍ରଧାନ, ରମାକାନ୍ତ ପ୍ରଧାନ, ଗଙ୍ଗାଧର କର, ଅବସରପ୍ରାପ୍ତ ସୈନିକ ସଂଗଠନ ସଭାପତି ଚକ୍ରଧର ମହାନ୍ତ, ସମ୍ପାଦକ ଅସିତ କୁମାର ଗିରି ପ୍ରମୁଖ ମଂଚାସୀନ ଥିଲେ । ଅବସରପ୍ରାପ୍ତ କର୍ମଚାରୀ ସଂଗଠନ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ମହାନ୍ତ, ପ୍ରଦୀପ କୁମାର ପ୍ରଧାନ, କୁଳମଣି ମହାନ୍ତ, ଶଶିଭୂଷଣ ମହାନ୍ତ, ଅରୁଣ କୁମାର ନାଏକ, ପ୍ରଦୀପ କୁମାର ମହାନ୍ତ, ପ୍ରକାଶ ପ୍ରଧାନ ପ୍ରମୁଖ ବହୁସୈନିକ କର୍ମଚାରୀ ଆଦି ଉପସ୍ଥିତ ଥିଲେ । ଏଥିରେ କାର୍ଗିଲ ଯୁଦ୍ଧରେ ଭାରତମାତାଙ୍କର ସେବାରେ ଯେଉଁ ଅମର ସହୀଦ ବଳିଦାନ ଦେଇଥିଲେ ସେମାନଙ୍କର ଅମରଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିବା ସହିତ ସେମାନଙ୍କର ବିଜୟର ଗାଥା ମନେ ପକାଇ ବିଗତ ଦିନର ସ୍ମୃତିକୁ ରୋମନ୍ଥନ କରିଥିଲେ । ଭାରତମାତାର ବୀର ଜବାନମାନଙ୍କର ଅଦମ ସାହାସ ଓ ପରାକ୍ରମ ବଳରେ ଭାରତ ଶତୃ ଦେଶ ପାକିସ୍ଥାନକୁ ପରାଜୟ କରିଥିଲେ ତାର ସ୍ମୃତି ଆଜି ବି ଉଜ୍ଜୀବିତ କରିରଖିଛି । ବର୍ତମାନ ଭାରତ ବର୍ଷ ଯେଉଁପ୍ରକାର ପ୍ରତିରକ୍ଷା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରୁଅଛି ତାକୁ ଦେଖି ପୋଡଶୀ ଶତୃଦେଶମାନଙ୍କ ମଧ୍ୟରେ ଭୂକମ୍ପ ସୃଷ୍ଟି ହେଉଛି । ତେଣୁ ବର୍ତମାନ ସମସ୍ତେ ଏକଜୁଟ ହୋଇ ଦେଶ ମାତୃକାର ସେବା କରିବା ନିମନ୍ତେ ଆଗକୁ ଆସିବା ପାଇଁ ସମସ୍ତ ମଂଚାସୀନ ଅତିଥି ଅଧିକାରୀଗଣ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୈନିକ ସଂଗଠନ କାର୍ଯ୍ୟକର୍ତା ତଥା ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଧରଣୀଧର ଦାସ, ଏନସିସି ଅଫିସର ତଥା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ମହତାବ ଉଚ୍ଚ ବିଦ୍ୟାଳୟ ଗିରିଶ ଚନ୍ଦ୍ର ପ୍ରଧାନ, ଏନସିସି ଅଫିସର ସରସ୍ୱତୀ ବିଦ୍ୟା ମନ୍ଦିର ଚମ୍ପୁଆ ବସନ୍ତ କୁମାର ମହାନ୍ତ, ଶରତ ଚନ୍ଦ୍ର ପ୍ରଧାନ, ପୱନ କୁମାର ସାହୁ , ପୁଲିସ ବାହିନୀ, ଶିକ୍ଷକ ଶିକ୍ଷୟିତ୍ରୀ ଆଦି କାର?୍ୟ୍ୟକ୍ରମ ପରିଚାଳନାରେ ସହଯୋଗୀତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta