
ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.) - କୋଲାବିରା ଗ୍ରାମରେ କିଛି ଦିନ ପୂର୍ବେ ଏକ ରାସ୍ତା ଦୁର୍ଘଟଣାରେ ଗୋଟିଏ ଗାଈ ଆହତ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ରବିବାର ଭୋରରୁ ଗାଈର ମୃତ୍ୟୁ ହୋଇଯାଇଥିଲା । ମୃତ ଗାଈର ମାଲିକ କେହି ନ ବାହାରିବାରୁ କୋଲାବିରା ଗୋ ସେବକ ସଂଘ ପକ୍ଷରୁ ଗାଈର ଅନ୍ତିମ ସଂସ୍କାର କରାଯାଇଥିଲା । ଗୋ ସେବକ ସଂସ୍ଥାର କିଶୋର ପୁହାଣ, କୁନୁ ଟଣ୍ଡକାର, ସୁରଜ ଦାସ ପ୍ରମୁଖ ଜେସିବି ସାହାଯ୍ୟରେ ଗାତ ଖୋଳି ଗାଈକୁ ପୋତି ଦେଇଥିଲେ । ଗୋସେବକ ସଂଘର ସଦସ୍ୟ ସମାସିଂହାର, ପୂର୍ବତନ ସରପଂଚ ହେମନ୍ତ ସାହୁ ଜେସିବି ମେସିନ ଯୋଗାଇ ଦେଇଥିଲେ । କୋଲାବିରା ଗୋ ସେବକ ସଂଘ ରାସ୍ତାରେ ଦୁର୍ଘଟଣାର ଶିକାର ହେଉଥିବା ଗାଈ ଗୋରୁ ମାନଙ୍କ ଚିକିତ୍ସା ଦାୟିତ୍ୱ ନେଉଥିବା ବେଳେ ମୃତ ଗୋରୁ ମାନଙ୍କ ଅନ୍ତିମ ସଂସ୍କାର ମଧ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ରହିଛି ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ