
ଜୟପୁର, ୨୬ ଜୁଲାଇ (ହି.ସ.) - ଦିନକୁ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଅନ୍ୟପଟେ ଯାନବାହନରୁ ନିର୍ଗତ ଧୂଆଁ ଯୋଗୁଁ ପ୍ରଦୂଷଣ ମାତ୍ରା ସାଂଘାତିକ ରୂପ ନେଉଛି। ଏହି ସମସ୍ୟାର ସମାଧାନ ପାଇଁ ସମାଜକୁ ସଚେତନ କରାଇଛନ୍ତି ଜୟପୁର ସିଟି ହାଇସ୍କୁଲର ଛାତ୍ରଛାତ୍ରୀ। ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଓ ଛାତ୍ରୀ ନିଜ ନିଜ ସାଇକେଲ୍ ସହ ଏକାଠି ହୋଇଥିଲେ। ପେଟ୍ରୋଲ-ଡିଜେଲ ଗାଡ଼ିର ବ୍ୟବହାର କମାଇ ସାଇକେଲକୁ ଆପଣାଇବା ପାଇଁ ସେମାନେ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ସାଇକେଲ୍ ଚଲାନ୍ତୁ, ପରିବେଶ ବଂଚାନ୍ତୁ, ନୀରୋଗ ରୁହନ୍ତୁ ନାରା ଦେଇ ସାଧାରଣ ଲୋକଙ୍କୁ ପ୍ରଦୂଷଣମୁକ୍ତ ଏବଂ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ନିବେଦନ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଏହି ପ୍ରେରଣାଦାୟୀ ପଦକ୍ଷେପକୁ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନେ ଭୂୟସୀ ପ୍ରଶଂସା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି