ପ୍ରଦେଶ ସେବା ସଂଗଠନ ଉପସଭାପତିଙ୍କ ଝିଅ ଜନ୍ମଦିନରେ ରକ୍ତଦାନ ଶିବିର, ୩୦ ୟୁନିଟ ରକ୍ତ ସଂଗୃହିତ
ଭଦ୍ରକ, ୨୬ ଜୁଲାଇ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରହାଟ ପ୍ରଦେଶ ସେବା ସଂଗଠନର ଉପସଭାପତି ସୁଶାନ୍ତ ଦାସଙ୍କ ଝିଅ ନିର୍ଝରିଣୀଙ୍କର ଜନ୍ମ ଦିନରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉପ ସଭାପତି ସୁଶାନ୍ତଙ୍କ ଏହି ମହାନ ଚିନ୍ତାଧାରା ଓ ମାନବିକ ପଦ
JANMA DINARE RAKTADANA SIBIRA


ଭଦ୍ରକ, ୨୬ ଜୁଲାଇ (ହି.ସ.)- ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ପିରହାଟ ପ୍ରଦେଶ ସେବା ସଂଗଠନର ଉପସଭାପତି ସୁଶାନ୍ତ ଦାସଙ୍କ ଝିଅ ନିର୍ଝରିଣୀଙ୍କର ଜନ୍ମ ଦିନରେ ପ୍ରଦେଶ ସେବା ସଂଗଠନ ପକ୍ଷରୁ ରବିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଉପ ସଭାପତି ସୁଶାନ୍ତଙ୍କ ଏହି ମହାନ ଚିନ୍ତାଧାରା ଓ ମାନବିକ ପଦକ୍ଷେପ ନିଶ୍ଚିତ ଭାବେ ଯୁବପିଢ଼ି ପାଇଁ ପ୍ରେରଣାଦାୟକ ହେବ। ରକ୍ତଦାନ ଭଳି ମହାନ ଦାନ ମାଧ୍ୟମରେ ସେ ଅନେକ ଅମୂଲ୍ୟ ଜୀବନ ବଂଚାଇବାର ସହାୟକ ହୋଇଛନ୍ତି। ପୀରହାଟ ମେଡିକାଲ ପରିସରରେ ରକ୍ତଦାନ ଶିବିରକୁ ପୀରହାଟ ମେଡିକାଲର ଡାକ୍ତର ସୁଦୀପ୍ତ ପ୍ରଧାନ ଉଦ୍ଘାଟନ କରିଥିଲେ । ପ୍ରତିକୂଳ ଅବସ୍ଥା ସତ୍ୱେ ମଧ୍ୟ ପ୍ରଦେଶ ସେବା ସଂଗଠନ ପକ୍ଷରୁ ଆୟୋଜିତ ଏହି ଶିବିରକୁ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ଆସି ରକ୍ତଦାନ କରିଥିଲେ । ଏହି ଶିବିରରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଭଦ୍ରକ ରେଡ଼କ୍ରସ ରକ୍ତ ସଂଗ୍ରହ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ରଂଜନ ମିଶ୍ର, ସମ୍ପାଦିକା ସୁଭଦ୍ରା ଭାରତୀ,କୋଷାଧ୍ୟକ୍ଷ ବସୁଶ୍ରୀ ଆର୍ତବଲ୍ଲଭ ବାରିକ, ଉପଦେଷ୍ଟା ଧ୍ରୁବ ପାଣିଗ୍ରାହୀ,ପ୍ରଭାତ ରାଉଳ,ଆଲୋକ ବିକାଶ ପ୍ରିୟଦର୍ଶୀ,ବାସନ୍ତୀ ବାରିକ, ସଞ୍ଜୟ ବିର,ସୁନିଲ ରାଉତ,ଅକ୍ଷୟ ରଣା, କବି ମୁକୁନ୍ଦଦେବ ନାୟକ,ଗୋଲୋକ ବିହାରୀ ସେଠୀ,ମାନସ ସାହୁ, ଗଣେଶ ପାଢ଼ୀ,ପ୍ରକାଶ ବେହେରା, ମନୋରଞ୍ଜନ ବେହେରା,ଚନ୍ଦନ ପାଣିଗ୍ରାହୀ, ଶିବୁନୁ ମହାକୁଡ଼,ପ୍ରକାଶ ଦାସ ଓ ନରେନ୍ଦ୍ର ମହାନ୍ତି ପ୍ରମୁଖଙ୍କ ସମେତ ଡାକ୍ତରଖାନା ପକ୍ଷରୁ ମାନସ ପଣ୍ଡା,ଦେବେନ୍ଦ୍ର ବିଶ୍ୱାଳ, ତରଣୀ ସେନ ଜେନା,ପ୍ରକାଶ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏପରି ଏକ ନିଆରା କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ଓ ଅଂଚଳ ବାସୀଙ୍କ ପକ୍ଷରୁ ଭୁୟସୀ ପ୍ରଶଂସା କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande