
କେନ୍ଦ୍ରାପଡା, 26 ଜୁଲାଇ (ହି.ସ.) କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମଗ୍ର ରାଜ୍ୟର ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ । ଏହି କଲେଜ୍ରେ କଲେଜ୍ର ଅଧ୍ୟକ୍ଷମାନେ ସମଗ୍ର ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା । ସମଗ୍ର ରାଜ୍ୟରୁ ଛାତ୍ର/ଛାତ୍ରୀମାନେ ଏହି କଲେଜ୍ରେ ଅଧ୍ୟୟନ କରୁଥିଲେ । ସମଗ୍ର ରାଜ୍ୟରେ ଶିକ୍ଷା, ରାଜନୀତି, ପ୍ରଶାସନିକ ସେବା ଏବଂ ସମାଜସେବା କ୍ଷେତ୍ରରେ ଏହି ଅନୁଷ୍ଠାନର ଛାତ୍ରମାନେ ପ୍ରତିଷ୍ଠିତ । ଏହିଭଳି ଏକ ଶିକ୍ଷାଅନୁଷ୍ଠାନକୁ ଚିତରଞ୍ଜନ ଦାସ ଅଧ୍ୟକ୍ଷ ଭାବେ ଯୋଗ ଦେଇଛନ୍ତି । ବେସରକାରୀ କଲେଜ୍ ଶିକ୍ଷକ ସଂଘ ତରଫରୁ ପୂର୍ବତନ ସାଧାରଣ ସମ୍ପାଦକ ଅଧ୍ୟାପକ ଅଜୟ ସାମଲ, ଯୁଗ୍ମ ସାଧାରଣ ସମ୍ପାଦକ ଡକ୍ଟର ଦିଲ୍ଲୀପ କୁମାର ମିଶ୍ର, କାର୍ଯ୍ୟକାରୀ ସଦସ୍ୟ ଡକ୍ଟର ପ୍ରଭାକର ସାମଲ ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିବା ଅବସରରେ କଲେଜର ଐ୍ୟତିହ୍ୟକୁ ବଜାୟ ରଖିବା ପାଇଁ ଅଧ୍ୟକ୍ଷଙ୍କୁ ପରାମର୍ଶ ଦେଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି