ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଝୁମ୍ପୁରାରେ ମାତୃ ସମ୍ମିଳନୀ ଅନୁଷ୍ଠିତ
କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଝୁମ୍ପୁରାର ଆଧାର ସ୍ତରର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିରର ସଭାପତି ସୁବଳ କୁମାର ସାହୁ ଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସେ ତାଙ୍କର ଅଧ୍ୟକ୍ଷୀୟ ଅଭିଭାଷଣରେ ନାରୀ ଜନ୍ମକୁ ଶ
Matru dibas


କେନ୍ଦୁଝର, ୨୬ ଜୁଲାଇ (ହି.ସ.) - ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଝୁମ୍ପୁରାର ଆଧାର ସ୍ତରର ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଶିଶୁ ବିଦ୍ୟା ମନ୍ଦିରର ସଭାପତି ସୁବଳ କୁମାର ସାହୁ ଦୀପ ପ୍ରଜ୍ୱଳନ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।ସେ ତାଙ୍କର ଅଧ୍ୟକ୍ଷୀୟ ଅଭିଭାଷଣରେ ନାରୀ ଜନ୍ମକୁ ଶ୍ରେଷ୍ଠ ଜନ୍ମ ବୋଲି ଅଭିହିତ କରିବା ସଙ୍ଗେ ସଙ୍ଗେ ଷୋଡ଼ଶ ସଂସ୍କାର ଉପରେ ଆଲୋକପାତ କରିଥିଲେ। ଆଧାର ସ୍ତରର ପ୍ରମୁଖ ଦୋଳ ଗୋବିନ୍ଦ ପ୍ରଧାନ ଅତିଥି ଅଧିକାରୀ ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଶିଶୁ ବାଟିକା ପ୍ରମୁଖ ମନୋଜ କୁମାର ମହାନ୍ତ ଶିଶୁ ବାଟିକାର ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ଉପସ୍ଥାପନା କରିବା ସହିତ ଏହାକୁ ସାକାର କରିବାକୁ ମାଆ ମାନଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ପୁରୁଜିତ୍ ମୁନି ଜାତୀୟ ଶିକ୍ଷା ନୀତି ୨୦୨୦ ଉପରେ ଆଲୋଚନା କରି ଶିଶୁ ମାନଙ୍କୁ ରାଷ୍ଟ୍ରଭକ୍ତ ନାଗରିକ ଭାବେ ଗଢି ତୋଳିବା ନିମନ୍ତେ କଠୋର ପ୍ରଚେଷ୍ଟା କରିବାକୁ ମାଆ ମାନଙ୍କୁ ଆହ୍ୱାନ ଦେଇଥିଲେ। ସମ୍ପାଦକ ବିନୟ କୁମାର ସାହୁ ବହୁ ସଂଖ୍ୟକ ମାଆ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରି ଥୂବାରୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଗୁରୁମା ସସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଗୁରୁଜୀ ଗୁରୁମା ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରେଣୀ ଅନୁସାରେ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା ଓ କ୍ରିୟା କଳାପ କରାଯାଇଥିଲା। ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ ସେବକ ସେବିକାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande