
ଜୟପୁର, ୨୬ ଜୁଲାଇ (ହି.ସ.)- ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଜାତୀୟ ସ୍ତରୀୟ ନେକଷ୍ଟ ଜେନ ଆଇକୋନିକ ମିସ ଇଣ୍ଡିଆ ୨୦୨୬ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାର ନୃତ୍ୟ, ଚାଲି, ପ୍ରତିଭା, ପ୍ରଶ୍ନୋତ୍ତର, ଜାତୀୟ ପୋଷାକ ପରିଧାନ ଇତ୍ୟାଦି ଭିନ୍ନ ଭିନ୍ନ ପର୍ଯ୍ୟାୟରେ ରାଜସ୍ଥାନର ଜୟପୁର, ଲକ୍ଷ୍ନୌ, ପୁନେ ଠାରେ ହୋଇ ଶେଷରେ ତିନି ଦିନ ଧରି ଲକ୍ଷ୍ନୌ ଠାରେ ଅନ୍ତିମ ପର୍ଯ୍ୟାୟ ପ୍ରତିଯୋଗିତା ହୋଇଥିଲା। ଏହି ପ୍ରତିଯୋଗିତାରେ ବୋରିଗୁମ୍ମାର ଏନ ତ୍ରିଶା ତନ୍ୟା ଭାରତର ଭିନ୍ନ ଭିନ୍ନ ସହରର ୨୪ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରୁ ରନର୍ସ ଅପ ର ମୁକୁଟ ସହ ମିସ ଏକଷ୍ଟ୍ରା ଅର୍ଡିନେରୀ ଏବଂ ଵେଷ୍ଟ ଟ୍ୟାଲେଣ୍ଟ ର ମାନ୍ୟତା ପାଇଥିଲେ। ତାଙ୍କୁ ଏହି ମୁକୁଟ ସହ ଟ୍ରଫି, ଟାଇଟଲ ଟେଲି ତାରକା ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ ସିନେ ପ୍ରଯୋଜିକା ଏକତା କପୁର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଉତ୍ତରପ୍ରଦେଶର ପ୍ରସିଦ୍ଧ ଆୟୋଜିକା ସୌମ୍ୟା ସାହୁ ଏବଂ ତାଙ୍କ ଟିମ୍ ସାମ ରେନାଇସାନ୍ ଆୟୋଜନ କରିଥିଲେ। ଏନ ତ୍ରିଶା ତନ୍ୟା ଶିକ୍ଷକ ଏନ ରାଜେଶ କୁମାର ଓ ଜି ଗାୟତ୍ରୀଙ୍କ ବଡ଼ ଝିଅ ଅଟନ୍ତି। ସେ ଏକା ଧାରାରେ ଲେଖିକା ଏବଂ ଇଂରାଜୀ ଭାଷାର ସ୍ନାତକୋତ୍ତର ଛାତ୍ରୀ। ତାଙ୍କ ସଫଳତାରେ ବୋରିଗୁମ୍ମା ପିଜେଣ୍ଟ ଓ ମଡେଲିଂ କ୍ଷେତ୍ର ରେ ଆଉ ଏକ ଫର୍ଦ ଯୋଡି ହୋଇଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି