ସ୍ତ୍ରୀ ସାମନାରେ ସ୍ଵାମୀକୁ ହତ୍ୟା ଘଟଣା : ବାପ ପୁଅ କୋର୍ଟ ଚାଲାଣ
ମୁଖୀଗୁଡା, ୨୬ ଜୁଲାଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନୁର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତ ବାପ-ପୁଅ ଜଗନ୍ନାଥ ଶବର ଓ ଦେସରାମ ଶବରଙ୍କୁ ଜୟପାଟଣା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ଅନୁଯାୟୀ,
ସ୍ତ୍ରୀ ସାମନାରେ ସ୍ଵାମୀକୁ ହତ୍ୟା ଘଟଣା : ବାପ ପୁଅ କୋର୍ଟ ଚାଲାଣ


ମୁଖୀଗୁଡା, ୨୬ ଜୁଲାଇ (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନୁର୍ଗତ କୁମଜୋର ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଥିବା ହତ୍ୟାକାଣ୍ଡରେ ସଂପୃକ୍ତ ବାପ-ପୁଅ ଜଗନ୍ନାଥ ଶବର ଓ ଦେସରାମ ଶବରଙ୍କୁ ଜୟପାଟଣା ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ପୋଲିସ ସୂଚନା ଅନୁଯାୟୀ,ଗତ ୨୪ ତାରିଖରେ ମୃତକ ସୁବେ ଶବର(୫୦) ଓ ତାଙ୍କ ସ୍ତ୍ରୀ ସତ୍ୟ ଶବର ଚାଷ ଜମିରୁ ଫେରୁଥିବା ବେଳେ ପୂର୍ବରୁ ଛକି ରହିଥିବା ଅଭିଯୁକ୍ତ ବାପ-ପୁଅ ଲାଠି ଓ ଛୁରୀରେ ସୁବେଙ୍କୁ ଆକ୍ରମଣ କରିଥିଲେ। ଗୁରୁତର ଆହତ ସୁବେଙ୍କୁ ପରିବାର ଓ ଗ୍ରାମବାସୀ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପୂର୍ବରୁ ଜମିବାଡ଼ି ବିବାଦ ଲାଗି ରହିଥିଲା ଏବଂ ସିଭିଲ୍ ମାମଲାର ରାୟ ସୁବେ ଶବରଙ୍କ ସପକ୍ଷରେ ଆସିବା ପରେ ଏହି ହତ୍ୟାକାଣ୍ଡ ଘଟିଛି ।

ହିନ୍ଦୁସ୍ଥାନ ସମାଚାର / ନିହାର


 rajesh pande