ନିଟ୍ ଟପ୍ପର ନିଶ୍ଚଳ ମହାନ୍ତିଙ୍କୁ ସମ୍ବର୍ଦ୍ଧନା
ଭଦ୍ରକ, ୨୬ ଜୁଲାଇ (ହି.ସ.)- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ପି.ଏମ.ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ର ନିଶ୍ଚଳ ମହାନ୍ତିଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଛି । ନିଶ୍ଚଳ ନିଟ୍
NISCHALA MAHANTY SAMBADHANA


ଭଦ୍ରକ, ୨୬ ଜୁଲାଇ (ହି.ସ.)- ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅର୍ନ୍ତଗତ ପି.ଏମ.ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ନିଟ୍ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ର ନିଶ୍ଚଳ ମହାନ୍ତିଙ୍କୁ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାରେ ସମ୍ମାନିତ କରାଯାଇଛି । ନିଶ୍ଚଳ ନିଟ୍ ପରୀକ୍ଷାରେ ୬୪୧ ନମ୍ବର ରଖି ସର୍ବ ଭାରତୀୟ ସ୍ତରରେ ୨୧୨୭ ରେଙ୍କ ହାସଲ କରି ବିଦ୍ୟାଳୟ, ଅଚଂଳ, ବନ୍ତ ଓ ଭଦ୍ରକ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଶିକ୍ଷକ ଅମୃତଲାଲ ମହାନ୍ତି ଏବଂ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ମହାନ୍ତିଙ୍କ ସୁପୁତ୍ର । ଏହି ଅବସରରେ ପି.ଏମ.ଶ୍ରୀ କାଦବରାଙ୍ଗ ସଂଯୁକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବିମଳ ଚନ୍ଦ୍ର ଦାସଙ୍କ ତତ୍ୱାବଧାନରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରାକ୍ତନ ସରପଂଚ ଭାଗିରଥୀ ସେଠୀ, ରବି ନାରାୟଣ ମହାନ୍ତି, ଶିକ୍ଷାବିତ୍ ସଞ୍ଜୟ କୁମାର ମଜମୁଦାର, ପ୍ରାକ୍ତନ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପୁରୀ, ଆଲୁମିନୀ କମିଟି ସଭାପତି ସୁବଳ କାନ୍ତ ପଣ୍ଡା, ଭଗବାନ ଗିରି, ସରୋଜ କୁମାର ବେହେରା, ସ୍ୱପ୍ନାଲୋକ ସୂତାର, ପ୍ରତାପ ମଲ୍ଲିକ, ମାନସ ସ୍ୱାଇଁ, କ୍ଷିରୋଦ କୁମାର ଦାସ, ଆଶିଷ କୁମାର ବିଶ୍ୱାଳ, ରାଜକିଶୋର ଜେନା, ଜ୍ଞାନ ରଞ୍ଜନ ଖଣ୍ଡେଇ ପ୍ରମୁଖ ଉପସ୍ଥିତ ଥିଲେ ରହି ନିଶ୍ଚିଳଙ୍କୁ ଉତରୀୟ, ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ନିଶ୍ଚଳଙ୍କ ସଫଳତାକୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଅଧ୍ୟବସାୟ , ନିଷ୍ଠା ଓ କଠିନ ପରିଶ୍ରମ ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ବୋଲି ମତ ପ୍ରକାଶ କରିଥିଲେ । ନିଶ୍ଚଳ ମଧ୍ୟ ନିଜ ସଫଳତାର ଶ୍ରେୟ ନିଜ ପିତାମାତା , ଶିକ୍ଷକ ଓ ପରିବାର ବର୍ଗଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଜଣେ ସଫଳ ଡାକ୍ତର ହୋଇ ସମାଜ ଓ ଗ୍ରାମାଂଚଳରେ ସେବା କରିବାକୁ ନିଶ୍ଚଳ ଲକ୍ଷ୍ୟ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande