
ପୁରୀ, ୨୬ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୋଟ୍ ୮୮୮.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୭୪.୦୨ ମି.ମି. ରହିଛି । କାକଟପୁର ବ୍ଲକରେ ସର୍ବାଧିକ ୯୯ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଡ଼େଲାଙ୍ଗ ବ୍ଲକରେ ୯୭ ମି.ମି., ଗୋପ ବ୍ଲକରେ ୮୫ ମି.ମି. ପିପିଲିରେ ୮୨.୨ ମି.ମି., ପୁରୀରେ ୮୦ ମି.ମି., ଅସ୍ତରଙ୍ଗ ବ୍ଲକରେ ୭୮ ମି.ମି., ସତ୍ୟବାଦୀ ବ୍ଲକରେ ୭୨ ମି.ମି., କଣାସରେ ୭୦ ମି.ମି., ନିମାପଡାରେ ୬୮ ମି.ମି., କୋଣାର୍କ ଏନଏସିରେ ୬୫ ମି.ମି., ବ୍ରହ୍ମଗିରି ବ୍ଲକରେ ୫୬ ମି.ମି., ଏବଂ କୃଷ୍ଣପ୍ରସାଦ ବ୍ଲକରେ ୩୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ରବିବାର ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ