
ଭୁବନେଶ୍ୱର, ୨୬ ଜୁଲାଇ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ୨ଟି ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା, ୪ ସ୍ଥାନରେ ଅତି ଭୀଷଣ ବର୍ଷା ଏବଂ ୫୩ ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଜଗତସିଂହପୁର ଜିଲ୍ଲାର ବିରିଡ଼ିରେ ସର୍ବାଧିକ ୩୨୮.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୨୭୫.୪ ମି.ମି., ନାକ୍ଟିଦେଉଳରେ ୧୪୫.୦ ମି.ମି., ରେଢ଼ାଖୋଲରେ ୧୨୯.୦ ମି.ମି., ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ୧୨୫.୦ ମି.ମି., ସମ୍ବଲପୁର ଜିଲ୍ଲାର ବାଟଗାଁରେ ୧୨୦.୦ ମି.ମି., ବରଗଡ଼ ଜିଲ୍ଲାର ଗାଇସିଲେଟରେ ୧୧୪.୦ ମି.ମି., ବଲାଙ୍ଗିର ଜିଲ୍ଲାର ସାଲେଭଟ୍ଟାରେ ୧୧୪.୦ ମି.ମି., ଜଗତସିଂହପୁର ଜିଲ୍ଲାର ଆଳିପିଙ୍ଗଳରେ ୧୧୩.୮ ମି.ମି., ବରଗଡ଼ ଜିଲ୍ଲାର ଝାରବନ୍ଧରେ ୧୧୨.୦ ମି.ମି., କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକାରେ ୧୦୮.୦ ମି.ମି., ରାଜନଗରରେ ୧୦୮.୦ ମି.ମି. ଏବଂ ଯାଜପୁର ଜିଲ୍ଲାର ବରିରେ ୧୦୦.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ