ଦୁଲିଗୁଡାରେ ବନ୍ଧନ ବ୍ୟାଙ୍କ ଓ ସିୱା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ଜୟପୁର, ୨୬ ଜୁଲାଇ (ହି.ସ.)- ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଲକ୍ଷ୍ୟ ନେଇ ବନ୍ଧନ ବ୍ୟାଙ୍କ ଓ ସିୱା, ଜୟପୁରର ମିଳିତ ଆନୁକୂଲ୍ୟରେ ଜୟପୁର ବ୍ଲକ୍ ଅନ୍ତର୍ଗତ ଦୁଲିଗୁଡା ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୟପୁର ସିଟି ହାଇସ୍କୁଲର ୩୫ ଜଣ ଛାତ୍ର
ଦୁଲିଗୁଡାରେ ବନ୍ଧନ ବ୍ୟାଙ୍କ ଓ ସିୱା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଜୟପୁର, ୨୬ ଜୁଲାଇ (ହି.ସ.)- ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧିର ଲକ୍ଷ୍ୟ ନେଇ ବନ୍ଧନ ବ୍ୟାଙ୍କ ଓ ସିୱା, ଜୟପୁରର ମିଳିତ ଆନୁକୂଲ୍ୟରେ ଜୟପୁର ବ୍ଲକ୍ ଅନ୍ତର୍ଗତ ଦୁଲିଗୁଡା ଗ୍ରାମରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଜୟପୁର ସିଟି ହାଇସ୍କୁଲର ୩୫ ଜଣ ଛାତ୍ରଛାତ୍ରୀ ଶିକ୍ଷୟିତ୍ରୀ ଜି. କାବ୍ୟାଞ୍ଜଳି ଓ ଶିକ୍ଷକ ଜି. ସାଇ ଶେଖରଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିଲେ। ଦୁଲିଗୁଡା ଗ୍ରାମବାସୀ ଓ ଶିଶୁମାନେ ମଧ୍ୟ ଉତ୍ସାହର ସହିତ ବୃକ୍ଷରୋପଣରେ ସହଯୋଗ କରିଥିଲେ।

ସିୱାର ସମ୍ପାଦକ ପ୍ରତାପ କୁମାର ପଟ୍ଟନାୟକ କହିଥିଲେ ଯେ, ଚଳିତ ମାସରେ ସଂସ୍ଥା ପକ୍ଷରୁ ଏହା ଚତୁର୍ଥ ବୃକ୍ଷରୋପଣ କାର୍ଯ୍ୟକ୍ରମ।

ସିୱାର କେ. ମୋହନ ରାଓ ଓ ଏସ୍. ରାଜଶେଖର କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ବନ୍ଧନ ବ୍ୟାଙ୍କର ଷ୍ଟିଟା ପ୍ରଜ୍ଞା (କ୍ଲଷ୍ଟର ହେଡ୍), ଗୋପାଳ କୃଷ୍ଣ ପାଢ଼ୀ (ଶାଖା ପ୍ରବନ୍ଧକ), ସମ୍ବନା ବିଶ୍ୱନାଥ (କ୍ଲଷ୍ଟର ହେଡ୍), ଶ୍ରିୟା ପଟ୍ଟନାୟକ, ମୌସୁମ, ହର୍ଷ, ରବି ତେଜା, ଭରତ, ମାନସ, ଅସିତା ଦାସ ଓ ଅଭି ସାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କରଞ୍ଜ, ଚାକୁଣ୍ଡା, ନିମ୍ବ, କୃଷ୍ଣଚୂଡ଼ା, ବିଷ୍ଣୁଚୂଡ଼ା, ଜାମୁ, ଅଁଳା ଓ ସୀତାଫଳ ପ୍ରଜାତିର ଚାରା ରୋପଣ କରାଯାଇଥିଲା। ଉପସ୍ଥିତ ସମସ୍ତେ ଏହି ଚାରାଗୁଡ଼ିକର ଯତ୍ନ ନେଇ ସବୁଜ ପରିବେଶ ଗଠନରେ ସହଯୋଗ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande