ବିଜେପି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ନୂଆପଡ଼ା, ୨୬ ଜୁଲାଇ (ହି.ସ.)- ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା, ନୂଆପଡ଼ା ଆନୁକୂଲ୍ୟରେ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସଜତ ମୋହନ ଯୋଶୀଙ୍କ ନେତୃତ୍ୱରେ ଏକ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆଜି ସିନାପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି
Brukshya ropana karyakram


ନୂଆପଡ଼ା, ୨୬ ଜୁଲାଇ (ହି.ସ.)- ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା, ନୂଆପଡ଼ା ଆନୁକୂଲ୍ୟରେ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସଜତ ମୋହନ ଯୋଶୀଙ୍କ ନେତୃତ୍ୱରେ ଏକ ବିରାଟ ବୃକ୍ଷରୋପଣ କାର୍ଯ୍ୟକ୍ରମ ସଫଳତାର ସହ ଆଜି ସିନାପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତା ପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ସୁବ୍ରତ କୁମାର ଠାକୁର ଯୋଗଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ସୁନ୍ଦର ମଣ୍ଡଳ ସଭାପତି ପୁସ୍ତମ ମିଶ୍ରା ଉପସ୍ଥିତ ଥିଲେ। ସେମାନଙ୍କ ସହ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ନନ୍ଦ କୁମାର ପାତ୍ର, ସମସ୍ତ ମଣ୍ଡଳର ପଦାଧିକାରୀ, ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି, ପଦାଧିକାରୀ, ଯୁବ ସାଥୀମାନେ ଏବଂ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡାକ୍ତର ସାହୁ ସକ୍ରିୟ ଭାବେ ଯୋଗଦାନ କରିଥିଲେ।

ଏହି ଅବସରରେ ୨୫୦ଟି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। କେବଳ ବୃକ୍ଷରୋପଣରେ ସୀମିତ ନରହି, ରୋପଣ କରାଯାଇଥିବା ପ୍ରତ୍ୟେକ ବୃକ୍ଷର ସୁରକ୍ଷା, ଯତ୍ନ ଓ ସଂରକ୍ଷଣ ପାଇଁ ସମସ୍ତେ ମିଳିତ ଭାବେ ଶପଥ ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande