ବିଟିଓଏ ନିର୍ବାଚନ: ୨୧ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ
Preparation for BTOA election
ବିଟିଓଏ ନିର୍ବାଚନ: ୨୧ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ


ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.)- ବ୍ରଜରାଜନଗର ଟ୍ରକ୍ ଓନର୍ସ ଆସୋସିଏସନ୍ (ବିଟିଓଏ)ର ଆସନ୍ତା ଅଗଷ୍ଟ ୨ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ନେଇ ନିର୍ବାଚନୀ ପ୍ରକ୍ରିୟା ଜୋରଦାର ହୋଇଛି। ପ୍ରାର୍ଥିପତ୍ର ଦାଖଲ ପରେ ହୋଇଥିବା ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ୨୧ ଜଣ ବୈଧ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଇଛି। ସଭାପତି ପଦ ପାଇଁ ରାଜା ପୁରୋହିତ, ଦେବେଶ ପଣ୍ଡା, ସତୀଶ ସିଂହ ଓ ଦେବପ୍ରସାଦ ଦାଶଙ୍କ ପ୍ରାର୍ଥିପତ୍ର ବୈଧ ଘୋଷିତ ହୋଇଛି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ବିଜୟ ସିଂହ, ଚନ୍ଦନ ଶ୍ରୀବାସ୍ତବ ଓ ଧନଞ୍ଜୟ ସିଂହଙ୍କ ମଧ୍ୟରେ ମୁକାବିଲା ହେବ।ଉପସଭାପତି ପଦ ପାଇଁ ସଞ୍ଜୟ ରାୟ, ମୁକେଶ ସିଂହ, ରାମଲାୟକ ସିଂହ, ପ୍ରମୋଦ ସିଂହ, ଅରୁଣ ଯାଦବ ଓ ରାମଜୀ ଚୌହାନଙ୍କ ପ୍ରାର୍ଥିପତ୍ର ବୈଧ ରହିଛି। ଯୁଗ୍ମ ସମ୍ପାଦକ ପଦ ପାଇଁ ଅଛେଲାଲ ସିଂହ, ଲକ୍ଷ୍ମଣ ସୋନୀ, ମଧୁସୂଦନ ସିଂହ ଓ ପ୍ରମୋଦ ପ୍ରଧାନ ପ୍ରତିଦ୍ୱନ୍ଦ୍ୱିତା କରିବେ।

କୋଷାଧ୍ୟକ୍ଷ ପଦ ପାଇଁ ଭୂପେନ କାରିଗର, ରାଜୀବ ସିଂହ, ତାରକେଶ୍ୱର ରାୟ ଓ ରୋହିତ ଭାରତୀଙ୍କ ପ୍ରାର୍ଥିପତ୍ର ମଧ୍ୟ ବୈଧ ଘୋଷିତ ହୋଇଛି।ନିର୍ବାଚନ ଅଧିକାରୀ ନୀଳାଦ୍ରି ପଣ୍ଡାଙ୍କ ସୂଚନାନୁସାରେ, ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବା ପରେ ପ୍ରାର୍ଥୀମାନଙ୍କୁ ନିର୍ବାଚନୀ ଚିହ୍ନ ବଣ୍ଟନ କରାଯିବ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande