ଜୟପୁର ରାଜା ନହର ଠାରେ ପହଂଚିଲା ରଥ
ଜୟପୁର, ୨୬ ଜୁଲାଇ (ହି.ସ.) - ଶ୍ରୀ ଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଲକ୍ଷ୍ୟାଧିକ ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଶୁକ୍ରବାର ପହଂଚିଥିଲେ। ଶନିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି
ଜୟପୁର  ରାଜା ନହର ଠାରେ ପହଞ୍ଚିଲା ରଥ


ଜୟପୁର, ୨୬ ଜୁଲାଇ (ହି.ସ.) - ଶ୍ରୀ ଜିଉଙ୍କ ବାହୁଡା ଯାତ୍ରା ଅବସରରେ ଜୟପୁରର ଆଡ଼ପ ମଣ୍ଡପ କୁହାଯାଉଥିବା ବାଙ୍କମଠରୁ ତିନି ଠାକୁର ଲକ୍ଷ୍ୟାଧିକ ଭକ୍ତଙ୍କ ଗହଣରେ ମାଉସୀ ମା’ ଘର ଯାଏଁ ଶୁକ୍ରବାର ପହଂଚିଥିଲେ। ଶନିବାର ମାଉସୀ ମା’ ଘର କୁହାଯାଉଥିବା ଶ୍ରୀଚୈତନ୍ୟ ମନ୍ଦିରରୁ ପୁଣି ରଥାରୁଢ଼ ରହିଥିବା ତିନି ଠାକୁର ବାହରି ଥିବା ବେଳେ ପାଣିନଳା ସାହି ନିକଟରେ ରଥ ଏକ ବିଦ୍ୟୁତ ଖୁଂଟକୁ ଲାଗି ଅଟକି ଯାଇଥିଲା । ଆଜି ପୁଣି ରଥ ଟଣା ହୋଇଥିଲା । ରଥ ଅପରାହ୍ନ ୪ଟାରେ ରାଜା ନହର ଠାରେ ପହଂଚି ଥିଲା। ଶ୍ରୀ ଜିଉଙ୍କୁ ବିଳମ୍ବିତ ରାତ୍ର ରେ ପହଣ୍ଡି କରାଯାଇ ନିଳାଦ୍ରୀ ବିଜେ କରାଯାଇଥିଲା । ଆଜି ହରି ଶୟନ ହୋଇଥିବା ଜଗନ୍ନାଥ ଙ୍କ ମୁଖ୍ୟ ପୁରୋହିତ ଡମ୍ବୁର ଧରପ ପଣ୍ଡା ଓ ଜଗନ୍ନାଥ ତ୍ରିପାଠି ସୁଚନା ଦେଇଛନ୍ତି। ରଥ ଉପରେ ପଟା ପକା ଫିବା ପରେ ଭକ୍ତ ମାନେ ଲମ୍ବା ଲାଇନରେ ଫାଇ ଶ୍ରୀ ଜିଉଙ୍କୁ ଦର୍ଶନ କରିଛନ୍ତି । ଟାଉନ ପୋଲିସ ତରଫରୁ ସୁରକ୍ଷା କୁ କଡା କଡି କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande