ରଥ ଉପରେ ପ୍ରଭୁ ଜଗନ୍ନାଥଙ୍କ କଳ୍ଳୀ ଅବତର
ଗଂଜାମ, 26 ଜୁଲାଇ (ହି.ସ.)ଗଂଜାମ ଜିଲା ପିତଳ ବଜାରରେ ରଥ ଉପରେ ଗତକାଲି ପ୍ରଭୁ ଜଗନ୍ନାଥଙ୍କୁ କଳ୍କୀ ଅବତାର ବେଶରେ ଆକଷର୍ଣୀୟ ଭାବେ ସଜ୍ଜିତ କରାଯାଇଥିଲା। ଏହି ଦୁର୍ଲ୍ଳଭ ବେଶ ଦର୍ଶନ ପାଇଁ ଏବଂ ବଡ ଏକାଦଶୀ ପରିପ୍ରେକ୍ଷୀରେ ସକାଳୁ ବିଳମ୍ବିତ ରାତ୍ରି ଯାଏ ରଥନିକଟରେ ପୂଜା ଅର୍ଚ୍ଚନା କରିବା ସହ ବହୁ
ରଥଉପରେ ପ୍ରଭୁ ଜଗନ୍ନାଥ ଙ୍କ


ଗଂଜାମ, 26 ଜୁଲାଇ (ହି.ସ.)ଗଂଜାମ ଜିଲା ପିତଳ ବଜାରରେ ରଥ ଉପରେ ଗତକାଲି ପ୍ରଭୁ ଜଗନ୍ନାଥଙ୍କୁ କଳ୍କୀ ଅବତାର ବେଶରେ ଆକଷର୍ଣୀୟ ଭାବେ ସଜ୍ଜିତ କରାଯାଇଥିଲା। ଏହି ଦୁର୍ଲ୍ଳଭ ବେଶ ଦର୍ଶନ ପାଇଁ ଏବଂ ବଡ ଏକାଦଶୀ ପରିପ୍ରେକ୍ଷୀରେ ସକାଳୁ ବିଳମ୍ବିତ ରାତ୍ରି ଯାଏ ରଥନିକଟରେ ପୂଜା ଅର୍ଚ୍ଚନା କରିବା ସହ ବହୁ ଜନସମାଗମରେ ବଡ ଏକାଦଶୀ ବ୍ରତ ପାଳନ କରିଛନ୍ତି ।କାଲି ଦିନ ତମାମ ପାଗ ଅନୁକୂଳ ଥିବାରୁ ଏକାଦଶୀ ଯାତ୍ରା ସୁଗମ ହୋଇଥିଲା ଓ ବହୁ ଅସ୍ଥାୟୀ ଦୋକାନ ବଜାର ରଥ ନିକଟରେ ଖୋଲାଯାଇଥିଲା। ରଥ ସମ୍ମୁଖରେ ଗତରାତିରୁ ଆଜି ସକାଳ ଯାଏ ଭାରତ ନୀଳା ନାଟକ ମଂଚସ୍ଥ ହୋଇଥିଲା। ଆଜି ଅପରାହ୍ନରେ ପୁଣି ରଥ ଟଣାଯାଇ ସଂଧ୍ୟାରେ ଠାକୁର ମାନଙ୍କୁ ମନ୍ଦିରକୁ ପ୍ରବେଶ କରାଯାଇ ସିଂହାସନ ରୂଢ କରି ପୂର୍ବ ଭଳି ମନ୍ଦିରରେ ନିତିକାନ୍ତି ବଢିବ।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande