
ସୁବର୍ଣପୁର, ୨୬ ଜୁଲାଇ(ହି.ସ.) – ସୋନପୁର ଜିଲ୍ଲା ଅଖିଳ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଘ ପକ୍ଷରୁ କର୍ମଚାରୀମାନଙ୍କର ବିଭିନ୍ନ ସମସ୍ୟା ଓ ୮ ଦଫା ଦାବି ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି। ତାଙ୍କର ପ୍ରମୁଖ୍ୟ ଦାବିଗୁଡ଼ିକ ହେଲା ଦରମା ବୃଦ୍ଧି, କ୍ୟାଡର ପୁନର୍ଗଠନ, ପ୍ରତ୍ୟେକ ଗ୍ରାମ ପଂଚାୟତରେ ପଂଚାୟତ ସୋସିଆଲ୍ ସିକ୍ୟୁରିଟି ସହାୟକ ନିଯୁକ୍ତି ଦିଆଯାଉ, ସମସ୍ୟାର ସମାଧାନ, ପଦୋନ୍ନତି, ୨୦୨୩ ବ୍ୟାଚ୍ ମାନଙ୍କ ପାଇଁ ତୁରନ୍ତ ଇନ୍ଡକ୍ସନ୍ ଟ୍ରେନିଂ, ପୋର୍ଟାଲ୍ ବୟସ ଓ ଆୟ ସୀମାରେ କୋହଳ ଏବଂ ପ୍ରୋଗ୍ରାମ୍ ଆସିଷ୍ଟାଂଟମାନଙ୍କ ସମସ୍ୟାର ସହାନୁଭୂତିପୂର୍ଣ୍ଣ ସମାଧାନ ଇତ୍ୟାଦି ରହିଛି। ସଂଘ କହିଛି ଯେ ଏବେ ପର୍ଯ୍ୟଟନ, ଓଡ଼ିଆ ଭାଷା-ସଂସ୍କୃତି, ଅର୍ଥ, କ୍ରୀଡ଼ା ଓ ଯୁବ ସେବା ଆଦି ୫ ଗୋ ବିଭାଗର କାମ ମଧ୍ୟ ସମ୍ଭାଳୁଛନ୍ତି। ଫଳରେ ସେମାନଙ୍କ ଉପରେ ପ୍ରଶାସନିକ ଚାପ ବହୁତ ବଢ଼ିଛି। ମାତ୍ର ଦରମା ଅନ୍ୟ ସମାନ କ୍ୟାଡର ତୁଳନାରେ କମ୍ ରହିଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ