ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜୟନ୍ତୀ ପାଳନ
ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସମ୍ମିଳନୀ କକ୍ଷରେ ପ୍ରଶନ୍ନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବରେ ଇଂ. ବେଲାର ସିଂ ଭୋଇ, ମୁଖ୍ୟବକ୍ତା ଗିରିଜ
ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବ ଙ୍କ ଜୟନ୍ତୀ ପାଳନ


ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବ ଙ୍କ ଜୟନ୍ତୀ ପାଳନ


ବଲାଙ୍ଗୀର, ୨୬ ଜୁଲାଇ(ହି.ସ.) – ଅଭିନନ୍ଦନ ସାହିତ୍ୟ ପରିଷଦ ତରଫରୁ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ସମ୍ମିଳନୀ କକ୍ଷରେ ପ୍ରଶନ୍ନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମସମ୍ଭବଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟଅତିଥି ଭାବରେ ଇଂ. ବେଲାର ସିଂ ଭୋଇ, ମୁଖ୍ୟବକ୍ତା ଗିରିଜା ଶଙ୍କର ରଥ ତଥା ସମ୍ପାଦକ ଧିରେନ୍ଦ୍ର ନାରାୟଣ ସିଂଦେଓ ମଂଚାସୀନ ଥିଲେ। ବରିଷ୍ଠ ସଦସ୍ୟ ଧର୍ମବ୍ରତ ରଥ ଗୁରୁ ପଦ୍ମସମ୍ଭବଙ୍କ ସମ୍ପର୍କରେ ସୂଚନା ଦେଇଥିଲେ। ପୂର୍ବରୁ ମାଲଗୋଦାମ ପଡ଼ା ପ୍ରାଥମିକ ବିଦାଳୟ ଠାରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ସାର୍ଟିଫିକେଟ ଦେଇ ସମ୍ମାନିତ କରିଥିଲେ। ବକ୍ତାଗଣ ନିଜ ନିଜ ବକ୍ତବ୍ୟରେ ଦ୍ୱିତୀୟ ବୁଦ୍ଧ ଗୁରୁ ପଦ୍ମ ସମ୍ଭବଙ୍କ ଜନ୍ମ ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାର ପଦ୍ମପୁର ଗ୍ରାମରେ ହୋଇଥିବାବେଳେ ନିଜର ଅସାଧାରଣ ଧିଶକ୍ତି ବଳରେ ସେ ବୌଦ୍ଧ ଧର୍ମର ତାନ୍ତ୍ରିକ ମତବାଦକୁ ପଲ୍ଲବିତ କରିଥିଲେ। ତିବ୍ଦତରେ ଲାମା ସଂପ୍ରଦାୟ ସୃଷ୍ଟି କରିବା ସହ ସମଗ୍ର ଏସିଆରେ ଶାନ୍ତି ସହାବସ୍ଥାନର ମାର୍ଗ ପ୍ରଦର୍ଶନ କରିଥିଲେ। ତାଙ୍କ ଜନ୍ମସ୍ଥାନକୁ ଏକ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳରେ ପରିବର୍ତନ କରିବା ସହ କରୁଣା ଓ ମୈତ୍ରୀର ବାଣୀ ସମଗ୍ର ସମାଜରେ ପହଂଚାଇବାର ବ୍ୟବସ୍ଥା କରିବା ପାଇଁ ମତବ୍ୟକ୍ତ କରିଥିଲେ। ପ୍ରଫେସର ତରୁଣ କୁମାର ମିଶ୍ର, ପର୍ଶୁରାମ ନାୟକ, ଡ. ଭବାନୀ ଶଙ୍କର ପଟେଲ, ମନୋରଂଜନ ସାହୁ, ରତ୍ନମୟ ତ୍ରିପାଠୀ, ପୁରୁଷୋତମ ପଣ୍ଡା, ରାଜଶ୍ରୀ ତ୍ରିପାଠୀ, କୃଷ୍ଣଚନ୍ଦ୍ର ମହାକୁର, ଗରୁଡ଼ଧ୍ୱଜ ସାଏ, ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ନିହାରିକା ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande