ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରାରେ ଭିନ୍ନ ଭିନ୍ନ ସେବାର ଲକ୍ଷ୍ୟରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ
କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ସାରା ଭାରତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବିଶ୍ୱବନ୍ଦିତ ଅଟେ। କାହିଁ କେତେ ଭକ୍ତ ମହାପ୍ରଭୁଙ୍କୁ ଟିକେ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଆସି ଦର୍ଶନ କରନ୍ତି। ଏତେ ମାତ୍ରାରେ ଭକ୍ତମାନକୁ ସୁବିଧା ଦେବା ସରକାରଙ୍କ ତରଫରୁ ସମ୍ଭବ ହୋଇ ନଥାଏ।
ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ରେ ଭିନ୍ନ ଭିନ୍ନ ସେବା ର ଲକ୍ଷ୍ୟ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ


କେନ୍ଦ୍ରାପଡ଼ା, ୨୬ ଜୁଲାଇ(ହି.ସ.) – ସାରା ଭାରତ ବର୍ଷ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ବିଶ୍ୱବନ୍ଦିତ ଅଟେ। କାହିଁ କେତେ ଭକ୍ତ ମହାପ୍ରଭୁଙ୍କୁ ଟିକେ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣରୁ ଆସି ଦର୍ଶନ କରନ୍ତି। ଏତେ ମାତ୍ରାରେ ଭକ୍ତମାନକୁ ସୁବିଧା ଦେବା ସରକାରଙ୍କ ତରଫରୁ ସମ୍ଭବ ହୋଇ ନଥାଏ। ସେଥିଲାଗି ରଥ ଯାତ୍ରାରେ ଭିନ୍ନ ଭିନ୍ନ ସାମାଜିକ ସଂଗଠନ ସହ ବିଭିନ୍ନ ସମାଜସେବୀ ମଧ୍ୟ ଭିନ୍ନ ଭିନ୍ନ ସେବା ଯୋଗାଇ ଥାଆନ୍ତି। ସାମାଜିକ ସେବା କ୍ଷେତ୍ରରେ ସାରା ଓଡ଼ିଶାରେ ଭିନ୍ନ ଭିନ୍ନ ସେବା ଯୋଗାଇ ଥିବା ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ରଥ ଓ ପଥଚାରିଙ୍କ ପାଇଁ ଭିନ୍ନ ଭିନ୍ନ ସେବା ବଡ଼ଦାଣ୍ଡରେ ଯୋଗାଇଛନ୍ତି। ଏହି ସେବା ମଧ୍ୟ ରେ ରଥ ଟାଣୁଥିବା ଭକ୍ତମାନଙ୍କ ପାଇଁ ହେଉଥିବା ଅହେତୁକ ଗ୍ରୀଷ୍ମରୁ ବଂଚିବା ଲାଗି ବିଂଚଣା ସେବା, ରଥ ଟାଣୁଥିବା ଭକ୍ତଙ୍କ ପାଇଁ ଥଣ୍ଡା ପାନୀୟ ଜଳସେବା’ ଓ ଭକ୍ତମାନକୁ ଝାଳର ନିବାରଣ ପାଇଁ ଗାମୁଛା ସେବା ଓ ଗୁଳୁଗୁଳିରୁ ବର୍ତିବା ପାଇଁ ଚନ୍ଦନ କର୍ପୂର ଅଗୁର ଭଳି ସୁବାସିତ ଜଳ ସିଂଚନ ସେବା ପରି ଅନେକ ସେବା ଯୋଗାଇ ଦେଉଥିଲା। ଟ୍ରଷ୍ଟର ସଦସ୍ୟବୃନ୍ଦ ସରଧାବାଲିରୁ ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ରଥ ଚାଲୁଥିବା ସମସ୍ତ ଭକ୍ତଙ୍କୁ ଏହି ସେବା ଯୋଗାଇ ଦେଇଛନ୍ତି। ଏକାଧାରାରେ ଏହି ସେବାକୁ ଦେଖି ସାଧାରଣ ଜନତା ବାହା ବାହା ବୋଲି କହିଛନ୍ତି ଏବଂ ଶ୍ରୀ ଜଗନ୍ନାଥଙ୍କ ନାମରେ ନାମିତ ଟ୍ରଷ୍ଟର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନାମ ଜୟ ଜଗନ୍ନାଥ ଉଚ୍ଚାରଣ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ଶ୍ରୀ ଦମନ ମହାନ୍ତିଙ୍କ ସମେତ ଉପସଭାପତି ରଶ୍ମିରଞ୍ଜନ ବାରିକ, କେଦାର ସ୍ୱାଇଁ, ନଳୀନକାନ୍ତ ବେହେରା, ଅଶୋକ କୁମାର ବେହେରା, ରାକେଶ ବଳ, ବିଶ୍ୱଜିତ ଦାସ, ନବକିଶୋର ରାଉତ, ସଞ୍ଜୟ କୁମାର ଚୌଧୁରୀ, ମନୋଜ ନାୟକ, ନରେନ୍ଦ୍ର ଗରଡା, ତପନ କୁମାର ନାଥ, ମନୋଜ କୁମାର ସାମଲ, ଗୌତମ ଦାସ ଓ ଗାଙ୍ଗୁଲି ଭଳ ପ୍ରମୁଖ ରହି ଏହି ସେବା କାର୍ଯ୍ୟକୁ ସୁଚାର ରୂପେ ତୁଲାଇ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande