
ଝାରସୁଗୁଡ଼ା, ୨୬ ଜୁଲାଇ (ହି.ସ.) - ଝାରସୁଗୁଡ଼ା ଜିଲ୍ଲା କୋଲାବିରା ରେ ସଙ୍ଗୀତ ଶିକ୍ଷା କେନ୍ଦ୍ରର ଉଦଘାଟନୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । କୋଲାବିରା ସଙ୍ଗୀତ ପରିଷଦର ତତ୍ୱାବଧାନରେ ରଏଲ ଏକ୍ଟିଭିଟି ସେଂଟରରେ ସଙ୍ଗୀତ ଶିକ୍ଷା ପାଇଁ ଆୟୋଜିତ ଉଦଘାଟନୀ ଉତ୍ସବରେ ସେୱା ଅନୁଷ୍ଠାନର ସମ୍ପାଦକ ସୁଶିଲ କୁମାର ଦାଶ ମୁଖ୍ୟଅତିଥି ଭାବରେ ଯୋଗଦେଇ ପୂଜାର୍ଚ୍ଚନା କରି ଶୁଭାରମ୍ଭ କରିଥିଲେ । ଏଥିରେ ଭାତଲଇଡା କଲେଜ ଅଧ୍ୟାପକ ସୁଶାନ୍ତ କୁମାର ଦାଶ, ଫରେଷ୍ଟର ରମାକାନ୍ତ ନାୟକ, ସାମ୍ବାଦିକ ସୁକାନ୍ତ ସାହୁ, ସମାଜସେବୀ ଶିଲୁ ରାଏ, ରାଜେଶ ପୂଜାରୀ, ସୁଶ୍ରୀ ସଙ୍ଗୀତା ଦାଶ, ରୋହିତ ଲାକ୍ରା, ସୁଜିତ ଜୟପୁରୀୟା ପ୍ରମୁଖ ଉପସ୍ଥିତ ଥିଲେ । ଉଦଘାଟନୀ ଦିବସରେ ସଙ୍ଗୀତ ଗୁରୁ ପଙ୍କଜ ଜୟପୂରୀୟା ଓ କଣ୍ଠଶିଳ୍ପୀ ଅଙ୍କିତା ତାଣ୍ଡିଆ ସଙ୍ଗୀତ ପରିବେଷଣ କରି ସଙ୍ଗୀତ ଶିକ୍ଷାର ଶୁଭାରମ୍ଭ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ